Home ଜିଲ୍ଲା ପରିକ୍ରମା କେରଳ ପୁଲିସ୍ ଦ୍ୱାରା ଗେଲଟୁଆ ଯୁବକ ଗିରଫ

କେରଳ ପୁଲିସ୍ ଦ୍ୱାରା ଗେଲଟୁଆ ଯୁବକ ଗିରଫ

66

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଇବର ଅପରାଧକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ସାଇବର ଠକେଇର ଶୀକାର ହେଉଛନ୍ତି ବହୁ ବ୍ୟକ୍ତିବିଶେଷ । ଉପଯୁକ୍ତ ନେଟ୍‌ୱାର୍କ ଓ ଭିତ୍ତିଭୂମି ଅଭାବରୁ ସାଇବର ଅପରାଧରେ ଜଡିତ ଅପରାଧୀଙ୍କ ନିକଟରେ ପହଞ୍ôଚ ପାରୁନି ପୁଲିସ୍ । କାରଣ ସାଇବର ଅପରାଧକୁ ରୋକିବା ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ତେବେ ଏହି କ୍ରମରେ କେରଳ ପୁଲିସ୍‌ର ଏକ ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ସହାୟତାରେ ଭଦ୍ରକ ବ୍ଲକ୍ ଗେଲଟୁଆ ପଞ୍ଚାୟତର ଜଳଙ୍ଗା ଗ୍ରାମର ରମାକାନ୍ତ ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ରମାକାନ୍ତ ସାଇବର ଠକେଇରେ ସଂପୃକ୍ତ ଅଛି ବୋଲି ପୁଲିସ୍ ସୂଚନା ଦେଇଛି । ତେବେ ରମାକାନ୍ତ କେଉଁ ପ୍ରକାର ସାଇବର ଅପରାଧରେ ଜଡିତ; ସେ ସଂପର୍କରେ ଅଧିକ କିଛି ତଥ୍ୟ ନଥିବା ଗ୍ରାମାଞ୍ଚଳ ଥାନାଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.