Home ଜିଲ୍ଲା ପରିକ୍ରମା ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

25

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ୱରପୁର ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଈଶ୍ୱରପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦପାନାୟକାଣୀ ପ୍ରାୟ ୪ଶହ ବର୍ଷ ହେବ ପୂଜା ପାଇ ଆସୁଛନ୍ତି । ଏହି ପୀଠ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ରହିଛି । ତେବେ ମା’ଙ୍କ ବେଢ଼ା ପରିସର ମଧ୍ୟରେ ରହିଥିବା ଜଗନ୍ନାଥ ମନ୍ଦିର, ମହାଦେବ ମନ୍ଦିର, ଶ୍ରୀସତ୍ୟସାଇ ମନ୍ଦିର ଓ ଶ୍ରୀଗେଶ ମନ୍ଦିରର କୌଣସି ଉନ୍ନତି ହୋଇପାରୁନାହିଁ । ଏହି ଦପା ନାୟକାଣୀଙ୍କ ପୀଠକୁ ପଞ୍ଚତୀର୍ଥ କ୍ଷେତ୍ର କୁହାଯାଉଥିଲେ ମଧ୍ୟ ମନ୍ଦିର ଗୁଡ଼ିକ ଅବହେଳିତ ହୋଇ ପଡ଼ି ରହିଛି । ତେବେ ଏହିସବୁ ମନ୍ଦିରର ପୂର୍ଣ୍ଣାଙ୍ଗ ନିର୍ମାଣ ଓ ବିକାଶ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବାକୁ ଉନ୍ନୟନ କମିଟିର ସମ୍ପାଦକ ଭୀମସେନ ବାରିକ, ସଭାପତି ସୋମନାଥ ପାଢ଼ୀ, ସରପଞ୍ଚ ପବିତ୍ର ମୋହନ ମଳିକ, ଶରତ ଚନ୍ଦ୍ର ଦାସ, ମୂରଲୀଧର ମଳିକ, ଦେବେନ୍ଦ୍ର ମଳିକ, ସଂଜୟ ନାୟକ, ତନ୍ମୟ ବେହେରା, ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.