Home ଜିଲ୍ଲା ପରିକ୍ରମା ଧାମରାରେ ରେଳ ଓାଗନରୁ ସାର ଚୋରୀ ବେଳେ ଯୁବକ ଗିରଫ

ଧାମରାରେ ରେଳ ଓାଗନରୁ ସାର ଚୋରୀ ବେଳେ ଯୁବକ ଗିରଫ

41

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମରାରେ ଗତକାଲି ବିଳମ୍ବିତ ରାତିରେ ରେଳ ଓାଗନରୁ ସାର ଚୋରୀ କରୁଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ନରସିଂହପ୍ରସାଦ ଗ୍ରାମର ତପନ କର ରେଳ ଓାଗନ କାଟି ସାର ଚୋରୀ କରୁଥିବା ବେଳେ ଏ ନେଇ ଧାମରା ଥାନାରେ ଧାମରା ବନ୍ଦର ନିରାପତା ଅଧିକାରୀ ଅଭିଯୋଗ ଆଣିଥିଲେ । ଏ ନେଇ ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଗତକାଲି ତପନ ରେଳ ଓାଗନକୁ କାଟି ୫୦ବସ୍ତା ସାର ଚୋରୀ କରି ଏକ ପିକଅପରେ ଲୋଡ କରୁଥିବା ବେଳେ ଧାମରା ଥାନାର ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ପ୍ରିୟଦର୍ଶନୀ ସେଠୀ ତପନକୁ ରେଳ ଓାଗନରେ ଲୁଚି ରହିଥିବା ବେଳେ ସାର ସହ ଗିରଫ କରି ଥାନାକୁ ଆଣିଥିଲେ । ଥାନକୁ ଆଣି ପଚାର ଉଚାର କରିଥିବା ବେଳେ ବହୁ ଦିନ ହେବ ତପନ ଏହି ଚୋରୀରେ ସଂପୃକ୍ତ ଏବଂ ପ୍ରତିଦିନ ସେ ନିଜର ଗ୍ୟାଙ୍ଗ ସହ ଏହି ଚୋରୀ କରି ବାହାର ରାଜ୍ୟକୁ ସାର ଚାଲାଣ କରିଥାଏ ବୋଲି କହିଥିଲା । ଆଜି ସଂପୃକ୍ତ ତପନକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଦୋସିଙ୍ଗା ପଂଚାୟତରେ ସରପଂଚଙ୍କ ପ୍ରତିନିଧି ସଂପୃକ୍ତ ଯୁବକଙ୍କୁ ଛାଡି ଦେବା ପାଇଁ ଥାନାର ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀଙ୍କ ଉପରେ ରାଜନୈତିକ ଚାପ ପକାଇଥିବା ବେଳେ ସେ ସଂପୃକ୍ତ ଚୋରଙ୍କୁ ଛାଡିବା ପାଇଁ ମନା କରିଦେଇଥିଲେ । ପରେ ଏ ନେଇ ସରପଂଚଙ୍କ ର୍ପତିନିଧି ସଂପୃକ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ବିଭିନ୍ନ ଧମକ ଚମକ ଦେଇଥିବା ଜଣାଯାଇଛି । ଧାମରା ବନ୍ଦର ନିରାପତା ଅଧିକାରୀଙ୍କ ଅଭିଯୋଗ ମୂଳେ ଧାମରା ଥାନାରେ୪୮/୨୦୨୦ରେ ଏକ କେଶ ରୁଜୁ କରାଯାଇ ଏହି ଚୋରୀରେ ଥିବା ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଖୋଜା ଚାଲିଛି ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.