Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ହେଲେ ୫୦ ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୫୦ ଆକ୍ରାନ୍ତ

85

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାରୁ ଆଜି ଚିହ୍ନଟ ହେଲେ ନୂଆ ୫୦ କରୋନା ଆକ୍ରାନ୍ତ ଏବଂ ସୁସ୍ଥ ହୋଇଛନ୍ତି ୬୪ଜଣ । ମୋଟ ୫୨ହଜାର ୬୨୭ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୧୮୮ଜଣ । ଏମାନଙ୍କ ମଧ୍ୟରୁ ୨୩୫୦ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୮୨୯ଜଣ ଆକ୍ରାନ୍ତ ଆକ୍ଟିଭ ଭାବେ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୬ଜଣ, ବାସୁଦେବପୁର ପୌରପାଳିକାରୁ ୨ଜଣ, ଭଦ୍ରକ ବ୍ଳକରୁ ୧୯ଜଣ, ଭଦ୍ରକ ପୌରପାଳିକାରୁ ୫ଜଣ, ବନ୍ତ ବ୍ଳକରୁ ୧ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୮ଜଣ, ଚାନ୍ଦବାଲି ବ୍ଳକରୁ ୨ଜଣ, ଧାମନଗର ବ୍ଳକରୁ ୬ଜଣ, ତିହିଡି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଲକର ଜାନୁଗଞ୍ଜ, ଧାମନଗର ବ୍ଲକର ଅସୁରାଳି, ଦିହୁଡି ଆନନ୍ଦପୁର, ଭଟସାହି, ଦଇପୁର, ରଇପୁର, ଚୁଡାକୁଟି, ଚାନ୍ଦବାଲି ବ୍ଲକର ଦୋସିଙ୍ଗା, ନଳଗୋହିରା, ଆରଡି,ଭଦ୍ରକ ବ୍ଲକର ରାଣିତାଲ, ବାଉଦପୁର, ବହୁଦରଡା, ଗେଲପୁର, ସାବରଙ୍ଗ, ଅଣ୍ଢେଇପଲ୍ଲୀ, କାଉପୁର, ସାହାଡା, ଭଣ୍ଡାରିପୋଖରୀ ବ୍ଲକର ପାଟୁଳୀ, ନେରଡା, ବୟବନାପୁର, ରହଣିଆ, ଦକ୍ଷିଣବାଡ, ତେସିଂଗା, ବାସୁଦେବପୁର ବ୍ଲକର ଆର୍ତ୍ତୁଂ, ବିନାୟକପୁର, ଅରଣ୍ଡୁଆ, ଇରମ, ବ୍ରାହ୍ମଣୀଗାଁ, ବରଣ୍ଡୁଆ, ଭଦ୍ରକ ପୌରପାଳିକାର ୱାର୍ଡ ନଂ ୨୨, ୧୪, ୭, ୧୫, ୧୨,୧୩, ୧୦, ତିହିଡି ବ୍ଳକର କୋହ୍ଲ ପଞ୍ଚାୟତରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.