Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ : ୪ ଜଣ ଅବସରପ୍ରାପ୍ତ ଶିକ୍ଷକ ‘ଗୁରୁ ସମ୍ମାନ’ରେ...

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ : ୪ ଜଣ ଅବସରପ୍ରାପ୍ତ ଶିକ୍ଷକ ‘ଗୁରୁ ସମ୍ମାନ’ରେ ସମ୍ମାନୀତ

92

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସ୍ୱାଧୀନ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ୧୩୨ତମ ଜନ୍ମବାର୍ଷିକୀ ତଥା ଗୁରୁ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ’ରେ ସମ୍ମାନୀତ କରାଯାଇଛି । ଏମ୍‌ଇ ଓ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଓ ଗ୍ରାମୀଣ ଭଦ୍ରକରେ ବିଦ୍ୟାଳୟ ଶିକ୍ଷାର ଅଭିବୃଦ୍ଧି ଦିଗରେ ଇଂରାଜୀ, ଗଣିତ, ସାମାଜିକ ବିଜ୍ଞାନ, ଭୂଗୋଳ ଏବଂ ଶାରୀରିକ ଶିକ୍ଷା ବିଷୟରେ ଅତୁଳନୀୟ ଅବଦାନ ପାଇଁ ଦୋସିଙ୍ଗାର ସୁକୁମାର ଜେନା, କୋଇଥଖୋଲାର ରବି ନାରାୟଣ ବେହେରା, କରଣପଲ୍ଲୀର ଦୁର୍ଯ୍ୟୋଧନ ପାଣିଗ୍ରାହୀ ଓ ବାଲୁମୁଣ୍ଡାର ଅନନ୍ତ କୁମାର ଚାନ୍ଦଙ୍କୁ ‘ଗୁରୁ ସମ୍ମାନ’ ପ୍ରଦାନ କରାଯାଇଛି । ଆଦାନୀ ଫାଉଣ୍ଡେସନ୍‌, ଆଦାନୀ ଧାମରା ପୋର୍ଟର ସଦସ୍ୟଙ୍କ ଉପସ୍ଥିତିରେ ଦୋସିଙ୍ଗା, କୋଇଥଖୋଲା, କରଣପଲ୍ଲୀ ଓ ବାଲିମୁଣ୍ଡା ସରପଞ୍ଚଙ୍କ ଦ୍ୱାରା ଏହି ଶିକ୍ଷକମାନଙ୍କୁ ସମ୍ମାନୀତ କରାଯାଇଥିଲା । ଆଦାନୀ ଧାମରା ପୋର୍ଟ ୨୦୧୨ରୁ ଗୁରୁ ଦିବସ ପାଳନ କରିଆସୁଛି ଏବଂ ଆଜି ପର୍ଯ୍ୟନ୍ତ ପୋର୍ଟ ପାରିପାଶ୍ୱର୍ରୁ ୪୧ଜଣ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ’ରେ ସମ୍ମାନୀତ କରାଯାଇସାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.