Home ଜିଲ୍ଲା ପରିକ୍ରମା ଧାମରାରେ ଯୁବକକୁ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ

ଧାମରାରେ ଯୁବକକୁ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ

51

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଜଣେ ଯୁବକକୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣିଲେ। ଦେଖାଣାହାରୀ ପ୍ରତିବାଦ କରିବାରୁ ମଧ୍ୟ ସେମାନେ ଏହି ଆକ୍ରମଣରୁ ଦେଖାଣାହାରୀ ମଧ୍ୟ ବାଦ ପଡି ନଥିଲେ। ପ୍ରାପ୍ତ ଖବରରୁ ପ୍ରକାଶ ଧାମରା ନିକଟସ୍ଥ କଇଥଖୋଲା ବଜାର ଠାରେ ସାଧାରଣ କଥାକୁ ନେଇ କାଲା ନାମକ ଜଣେ ଯୁବକ ରାଜେଶ ଦାସ ନାମକ ଯୁବକଙ୍କ ଗାଡିକୁ ଅଟକାଇ କୌଣସି ଏକ କଥାର ସମାଧାନ କରିବାକୁ କହିଥିଲେ ମାତ୍ର ରାଜେଶ ସେହି କଥାରେ ସଂପୃକ୍ତ ନଥିବା କଥା କହିବା ସହ ତୁରନ୍ତ ସେହି ସ୍ଥାନରୁ ଚାଲି ଯିବାକୁ ବାହାରିଥିଲେ। ଏହି ସମୟରେ କାଲା ନିଜ ଘରୁ ଏକ ଭୁଜାଲି ଆଣି ଅତିର୍କିତ ଭାବେ ରାଜେଶ କୁ ଗୋଡାଇ ଗୋଡାଇ ହାଣିଥିଲେ। ଏହି ଭୁଜାଲି ମାଡରେ ରାଜେଶ ର ବାମ ହାତ, ମୁଣ୍ଡ ଏବଂ ହାତ ପାପୁଲି ଗଭୀର ଆଘାତ ଲାଗିଥିଲା। ସେହି ସ୍ତାନରେ ଥିବା ଦେଖଣାହାରୀ କାଲାକୁ ଏହା ନକରିବାକୁ କହିଥିଲେ ମାତ୍ର କାଲା କିଛି ଶୁଣି ନଥିଲା। ସ୍ଥାନୀୟ ଲୋକେ ରାଜେଶକୁ ଉଦ୍ଧାର କରି ପ୍ରଥମେ ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଥିଲେ। ଏହି ଘଟଣା ପରେ ରାଜେଶର ବାପା ଏବଂ ମା ଧାମରା ଥାନାକୁ ଏତଲା ଦେବାକୁ ଯାଇଥିଲେ ମାତ୍ର ସଂପୃକ୍ତ ଥାନାଧିକାରୀ ଦୀର୍ଘ ୪ଘଂଟା ପରେ ଏତଲା କାଟିଥିଲେ। କେଉଁ ପରିସ୍ଥିତିରେ ଏତଲାକାରୀଙ୍କୁ ପୁଲିସ ଅଣଦେଖା କରିବା ସହ ଘଟଣା ଘଟିବାର ଦୀର୍ଘ ୧୮ଘଂଟା ବିତିଯାଇଥିଲେ ମଧ୍ୟ ଏ ପଯ୍ୟନ୍ତ ଦୋଷୀକୁ ଗିର‘ କରିବାରେ ସ‘ଳ ହୋଇ ପାରିଲେ ନାହିଁ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି।ଅନ୍ୟ ପକ୍ଷରେ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ରାଜେଶର ପରିବାର ବର୍ଗ ଧାମରା ଥାନା ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.