Home ଜିଲ୍ଲା ପରିକ୍ରମା କଳା ଓ ସଂସ୍କୃତିର ମାଟି ଭଦ୍ରକ, ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

କଳା ଓ ସଂସ୍କୃତିର ମାଟି ଭଦ୍ରକ, ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

33

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଳା ଓ ସଂସ୍କୃତି ଓ ବୀର ସହିଦଙ୍କ ମାଟି। ଯାହାକୁ ନେଇ ଆମେ ଗର୍ବିତ। ଭଦ୍ରକ ମାଟିର ଗୌରବଜ୍ୱଳ ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ତେଣୁ ଆମର କଳା, ସଂସ୍କୃତି ଓ ସ୍ୱାଭିମାନକୁ ଉଜ୍ଜୀବତ କରି ରଖିବା ସହିତ ଲୁକ୍କାୟିତ ପ୍ରତିଭାଙ୍କୁ ସମ୍ମୁଖକୁ ଆଣିବା ଦିଗରେ ସମସ୍ତଙ୍କ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ୭ମ ଭାଦ୍ରକ ସାଂସ୍କୃତିକ ମହୋତ୍ସବକୁ ଉଦ୍‌ଘାଟନ କରି ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ କହିଛନ୍ତି। ଭଦ୍ରକର ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉକ୍ତ ମହୋତ୍ସବର ଉଦଘାଟନୀ ଦିବସରେ କମିଟିର ସଭାପତି ରବି ନାରାୟଣ ଖିଲାର ପୌରହିତ୍ୟ କରିଥିବାବେଳେ, ବରେଣ୍ୟ ଅତିଥି ଭାବେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପାରିଷଦଙ୍କ ପ୍ରତିନିଧି ସୂର୍ଯ୍ୟ ଦାସ, ପାରିଷଦ ଦିଲ୍ଲୀପ ନାୟକ, ସେକ୍ ସଇଦ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ. ହରିହର ନାୟକ ଯୋଗଦେଇ ଭଦ୍ରକରେ ସାଂସ୍କୃତିକ ଜାଗରଣ ସୃଷ୍ଟି ଦିଗରେ କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ। ଅଧ୍ୟାପକ ନିହାର ରଂଜନ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବାବେଳେ, ସାଂସ୍କୃତିକ ସଂପାଦକ ରାମନାରାୟଣ ମହାନ୍ତି ବେଦପାଠ, କମିଟିର ସଂପାଦକ ଆଶିଶ ଅମିତାଭ ମହାପାତ୍ର ବାର୍ଷିକ ବିବରଣୀ ଓ ଶିକ୍ଷାବିତ୍ ଜାନକୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କୁନି କୁନି ପିଲାମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣେ କରାଯାଇଥିଲା। ପ୍ରଥମେ କମିଟି ଆବାହକ ଅବିନାଶ ପଣ୍ଡା, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ସଦସ୍ୟ ଜଗବନ୍ଧୁ ବେହେରା, ଅଜୟ ପଣ୍ଡା, ପ୍ରଭାତ ଜେନା, ସୁବ୍ରତ ଦିକ୍ଷୀତ, ସାଂସ୍କୃତିକ ଆବାହକ ବି. ପିତାମ୍ବର ରେଡ୍ଡୀ, ଅତିଶ ଦାସ, କ୍ଷିତିଶ ସାମନ୍ତ, ସାଧନ ଧରଙ୍କ ନେତୃତ୍ୱରେ ଏକ ଭବ୍ୟ ଶୋଭାଯାତ୍ରାରେ ଅତିଥିମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଅଣାଯିବା ପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଲ୍ଲିକ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଭା ପାଣୀ, କବୟତ୍ରୀ ଚୈତାଳୀ ଖିଲାର, କବୟତ୍ରୀ ମନୋରମା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.