Home ଜିଲ୍ଲା ପରିକ୍ରମା ହକି ବିଶ୍ୱକପ୍ ଟ୍ରଫିର ଜିଲ୍ଲା ପରିକ୍ରମା, ସ୍ୱାଗତ ପାଇଁ ଗଣମାଧ୍ୟମ ବୈଠକ

ହକି ବିଶ୍ୱକପ୍ ଟ୍ରଫିର ଜିଲ୍ଲା ପରିକ୍ରମା, ସ୍ୱାଗତ ପାଇଁ ଗଣମାଧ୍ୟମ ବୈଠକ

56

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ପୁରୁଷ ହକି କପ୍ ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ଜିଲ୍ଲା ଗସ୍ତ ଓ ପରିକ୍ରମା ସମୟରେ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯିବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ ଉଦ୍ଦେଶ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ପ୍ରେସ୍‌ମିଟ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଜିଲ୍ଲାପାଳ ତଥା ଭଦ୍ରକ ଜିଲ୍ଲାକୁ ଟ୍ରଫି ଗସ୍ତ ଓ ପରିକ୍ରମା କାର୍ଯ୍ୟପାଇଁ ନୋଡ଼ାଲ ଅଧିକାରୀ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅନୁପ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଜାନୁୟାରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ପୁରୁଷ ହକି କପ୍ କ୍ରୀଡ଼ା ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ଜିଲ୍ଲାପାଳ ପ୍ରକାଶ କରିଥିଲେକି। ହକି ଖେଳର ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର ପାଇଁ ବିଶ୍ୱକପ୍‌ର ପ୍ରକୃତ ଟ୍ରଫି ସମଗ୍ର ରାଜ୍ୟର ସବୁ ଜିଲ୍ଲା ପରିକ୍ରମା କରିବା କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି। ଏହି ଟ୍ରଫି ଭଦ୍ରକ ଜିଲ୍ଲାକୁ ୮ ତାରିଖ ସନ୍ଧ୍ୟାରେ ପହଞ୍ôଚବ। ବାଲେଶ୍ୱର ଜିଲ୍ଲା ପ୍ରଶାସନ ଠାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ମଇତାପୁରଠାରେ ଟ୍ରଫିକୁ ଗ୍ରହଣ କରାଯିବ। ଜାନୁୟାରୀ ୯ ତାରିଖ ସକାଳେ ବାସୁଦେବପୁରକୁ ଗସ୍ତ କରି ପରିକ୍ରମା ପୂର୍ବକ ଜିଲ୍ଲା ସଦର ମହକୁମାକୁ ପ୍ରତ୍ୟାବର୍ତ୍ତନ କରିବା ଅବସରରେ ଭଦ୍ରକ କଲେଜ ପରିସରରେ ସ୍ୱାଗତ କରାଯିବ।

ଏହି ପରିପ୍ରେକ୍ଷୀରେ ଗାନ୍ଧି ପଡ଼ିଆରୁ ନେହେରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ ଓ ସାଇକେଲ ରାଲି ସକାଳ ୭ଟାରେ ଅନୁଷ୍ଠିତ ହେବ। ଭଦ୍ରକ କଲେଜ ରୁ ଟ୍ରଫି ଆସି ଅପର୍ତ୍ତିବିନ୍ଧା ଛକରେ ପହଞ୍ଚିଲା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଦ୍ୱାରା ଷ୍ଟାଡିୟମ୍‌କୁ ପାଛୋଟି ନିଆଯିବ। ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ ଆଦି ସହ ବାଲୁକା କଳା, ରଙ୍ଗୋଲି, ଡଗ୍ ସୋ, ପ୍ୟାଣ୍ଟିଂ, ଫ୍ୟାନ୍‌ସି ଡ଼୍ରେସ୍ ଆଦି କାର୍ଯ୍ୟକ୍ରମ ଆୟୋଜନ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ୱାରା ଟ୍ରଫିକୁ ସ୍ୱାଗତ ଓ ଫଟୋ ସୁଟ୍ କରାଯିବ। ଜନସାଧାରଣଙ୍କ ଦର୍ଶନ ପାଇଁ ଟ୍ରଫି ସେଠାରେ କିଛି ସମୟ ରହିଲା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ପଥ ନିଟକରେ ଆୟୋଜିତ ହେବାକୁ ଥିବା ପଥୋତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ଅଛି। ସେଠାରେ ଲାୟନସ୍ କ୍ଲବ୍‌, ରୋଟାରୀ କ୍ଲବ୍‌, ରୋଟାରୀ କ୍ଲବ୍ ମିଡ୍ ଟାଉନ୍‌, ବିରିଷ୍ଠ ନାଗରିକ ସଂଘ ଦ୍ୱାରା ସ୍ୱାଗତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ଲାୱାର ସୋ, ଫୁଡ୍‌ଷ୍ଟଲକୁ ଆଦିର ବ୍ୟବସ୍ଥା କରାଯାଇଥିବା ନେଇ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଶେଷରେ ହକି ଖେଳ ଜର୍ସିର ପ୍ରଦର୍ଶନ କରାଯାଇଥିଲ। ଏହି କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ଶ୍ରୀଯୁକ୍ତ ମହାନ୍ତି ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯିବା ପାଇଁ ଜିଲ୍ଲାବାସୀଙ୍କ ତରଫରୁ ସମସ୍ତେ ସାମିଲ ହେଲେ ଆମ ଜିଲ୍ଲାର ଗୌରବ ରହିବ ଓ ଏହାର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସହଯୋଗ କାମନା କରିବା ସହିତ ଆଜିର ଗଣମାଧ୍ୟମ ବୈଠକର ସଫଳତା ପାଇଁ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.