Home ଜିଲ୍ଲା ପରିକ୍ରମା ଧାମରାରେ ବୋଟ୍ ଦୁର୍ଘଟଣା, ନିଆଁରେ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଗଲା ବୋଟ୍‌, ମୃତ୍ୟୁ ମୁଖରୁ ରକ୍ଷା...

ଧାମରାରେ ବୋଟ୍ ଦୁର୍ଘଟଣା, ନିଆଁରେ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଗଲା ବୋଟ୍‌, ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ୧୦ ମତ୍ସ୍ୟଜୀବୀ, ବୋଟ୍ ଠାବ କରିବାରେ ମେରାଇନ ପୁଲିସ ବିଫଳ

66

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଅବଦୁଲ କଲାମ ଘାଟି ନିକଟରେ ଏକ ବୋଟ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ। ଘଟଣା ସ୍ଥଳରେ ବୋଟଟି ପୋଡି ଯାଇ ପାଣିରେ ହଜିଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ନିକଟସ୍ତ କାଳିନାଳୀ ଠାରୁ ଏକ ବୋଟ୍ ପଦ୍ମାବତୀ ଗତକାଲି ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲା। ଆଜି ସକାଳ ସମୟରେ ସମସ୍ତ ବୋଟର ମତ୍ସ୍ୟଜୀବୀ ଜାଲ ଟାଣୁଥିବା ବେଳେ ଅଚାନକ ବୋଟ ମଧ୍ୟରେ ନିଆଁ ଲାଗିଯାଇଥିଲା। ତତକ୍ଷଣାତ ସମସ୍ତ ମତ୍ସ୍ୟଜିବୀ ବେତାର ମାଧ୍ୟମ ସାହାଯ୍ୟରେ ନିକଟସ୍ଥ ଥାନା ଏବଂ ମାଛ ଧରୁଥିବା ସମସ୍ତ ବୋଟକୁ ଖବର ପ୍ରେରଣ କରିଥିଲେ। ଏହି ବେତାର ଖବର ପାଇବା ପରେ ନିକଟରେ ମାଛ ମାରୁଥିବା ବୋଟ ଯାଇ ଅବଦୁଲ କଲାମ ଘାଟି ନିକଟରୁ ୧୦ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ମାତ୍ର ସମସ୍ତ କର୍ମଚାରୀ ଏହି ପଦ୍ମାବତୀ ବୋଟରେ ଥିବା ବେଳେ ଗଭୀର ସମୁଦ୍ରରେ ବୋଟଟି ସଂପୂର୍ଣ୍ଣ ପୋଡି ପାଉଁ ଶ ହେବା ପରେ ବୋଟ୍‌ର ଇଞ୍ଜିନ୍‌ଟି ସମୁଦ୍ର ମଧ୍ୟକୁ ଗଳି ପଡିଥିଲା ବୋଲି ପ୍ରତକ୍ଷ୍ୟଦର୍ଶୀଙ୍କ ନିକଟରୁ ପ୍ରକାଶ। ଏହି ଖବର ପ୍ରସାରିତ ହେବା ପରେ ମ୍‌ୟ ଧାମରା ସାମୁଦ୍ରିକ ଥାନା ଏବଂ ଅବଦୁଲ କଲାମ ଘାଟି ନିକଟରେ ଥିବା ତାଳଚୁଆ ମେରାଇନ ଥାନା ପକ୍ଷରୁ କୌଣସି ସାହାଯ୍ୟ ମିଳି ପାରି ନଥିବା ବେଳେ ଅନ୍ୟ ମତ୍ସ୍ୟଜିବୀଙ୍କ ଦ୍ୱାରା ଦୁର୍ଘଟଣା ହୋଇଥିବା ବୋଟର ମତ୍ସ୍ୟଜିବୀ ମାନେ ଉଦ୍ଧାର ପାଇଥିଲେ।

କେଉଁ ପରିସ୍ଥିତିରେ ଏହି ବୋଟରେ ନିଆଁ ଲାଗିଲା ଏବଂ କାହିଁକି ମାଛ ଧରୁଥିବା ବୋଟରେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରାଯାଉ ନାହିଁ ବୋଲି ସର୍ବସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି।ଏହି ବୋଟକୁ ଉଦ୍ଧାର କରିବାକୁ ଧାମରା ମେରାଇନ ଥାନା ପକ୍ଷରୁ ଯାଇଥିବା ବୋଟଟି ଗଭୀର ସମୁଦ୍ରକୁ ଯିବାକୁ ସକ୍ଷମ ହୋଇ ପାରି ନଥିଲା ଅଥବା ଏହି ବୋଟରେ ଥିବା ସୁରକ୍ଷାକର୍ମୀ ନିଜକୁ ସୁରକ୍ଷା ଦେବାକୁ ଯାଇ ଘଟଣାସ୍ଥଳକୁ ଗଲେ ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ଆଜି ଏହି ଘଟଣା ସକାଳ ୧୦ଟା ସମୟରେ ଘଟିଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାମରା ମେରାଇନ ଥାନାଧିକାରୀ ଏବଂ ଉଦ୍ଧାର ପାଇଥିବା ୧୦ ବୋଟ କର୍ମଚାରୀଙ୍କ କଥାରେ ତାଳମେଳ ରହୁ ନଥିଲା। ଉଦ୍ଧାର ପାଇଥିବା କର୍ମଚାରୀ ମାନଙ୍କୁ ଅନ୍ୟ ଏକ ମାଛଧରା ବୋଟ ସନ୍ଧ୍ୟା ୬.୧୦ରେ ଆଣି କାଳିନାଳୀ ଠାରେ ପହଂଚିଥିଲା। ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି। ମାତ୍ର ପ୍ରଶ୍ନଉଠେ ଧାମରା, ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଞ୍ଜ କର୍ମଚାରୀ ଥିବା ବେଳେ କାହିଁକି ଅସୁବିଧା ସମୟରେ ସେମାନେ ଏହି ମତ୍ସ୍ୟଜିବୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲେ ତାହାକୁ ନେଇ ସାଧାରଣରେ କୁହେଳିକା ସୃଷ୍ଟି ହୋଇଛି। ତୁରନ୍ତ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବୋଟରେ ସମସ୍ତ ନିରପତ୍ତା ସରଞ୍ଜାମ ରଖିବାକୁ ଅଂଚଳବାସୀ ଦାବି କରିଛନ୍ତି। ଉଦ୍ଧାର ପାଇଥିବା ବୋଟରେ ଡ୍ରାଇଭର କାର୍ତ୍ତିକ ଦାସ, ପରେମେଶ୍ୱର କଅଁର, ଭଜହରୀ ବୋର, ସରେନ୍ ମଣ୍ଡଳ, ରବି କର, ସୁରଞ୍ଜନ ପାତ୍ର, ଗଙ୍ଗା ମାଇତି, ମିଥୁନ ବୋର, ଚଗୁଲୁ ଓ ସୁଶାନ୍ତଙ୍କୁ ମିଶାଇ ମୋଟ ୧୦ ଜଣ କର୍ମଚାରୀ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.