Home କେନ୍ଦୁଝର ଯୋଡାରେ ସାରେଗାମା ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ଯୋଡାରେ ସାରେଗାମା ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

24

ଯୋଡା, ୬ା୧୦ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) : ଯେଉଁ ଜାତିର ସଂସ୍କୃତି, କଳା ଯେତେ ସୁଦୃଢ଼ ସେ ଜାତି ସେତେ ଆଗୁଆ ହୋଇଥାଏ। ଯୋଡା ଭଳି ଏକ ଆଦିବାସୀ ଅଧ୍ୟୁଷିତ ତଥା ଶିକ୍ଷା, ସଂସ୍କୃତି, କଳା, ପରମ୍ପରା ଶଚେତନତା ପ୍ରସଙ୍ଗରେ ପଛୁଆ ଥିବା ଉପାନ୍ତ ଅଞ୍ଚଳରେ ନୃତ୍ୟ, କଳା, ସ୍ଥାପତ୍ୟ, ସଂଗୀତର ଉତ୍‌ଥାନ ନିମନ୍ତେ ବିଦ୍ଧିବଦ୍ଧ ଭାବେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଟିଏ ନଥିବାରୁ ଅନେକ ପ୍ରତିଭାବାନ ଯୁବକ, ଯୁବତୀ ବଣ ମଲ୍ଲୀ ଭଳି ବଣରେ ଫୁଟି ମଉଳି ଯାଉଥିବା ପରିଲକ୍ଷିତ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଯୋଡା ଭଳି ଉପାନ୍ତ ଅଞ୍ଚଳରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନଟିଏର ଆବଶ୍ୟକତା ଅନୁଭବ ହୋଇଆସୁଥିଲା। ଏ ନେଇ ସମାଜସେବୀ ଶ୍ରୀମତୀ ଜେନାଙ୍କ ପ୍ରଚେଷ୍ଟାରେ ଏହି ସାରେଗାମା ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଯୋଡା ଅଞ୍ଚଳରେ ପରିଚାଳିତ ହୋଇଆସୁଥିବା ବେଳେ କରୋନା କଟକଣା ଯୋଗୁଁ ଏହାକୁ ୨ ବର୍ଷ ପାଇଁ ବନ୍ଦ କରିଦିଆଯାଇଥିଲା। ଏବେ ପୁନଃର୍ବାର ଏହି ପ୍ରଶିକ୍ଷଣ କେନ୍ଦ୍ର ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ଶୁଭାରମ୍ଭ କରାଯାଇଛି। ଏହି ସଂସ୍ଥାର ପ୍ରତିଷ୍ଠାତା ଶ୍ରୀମତୀ ଜେନାଙ୍କ ପୌରହିତ୍ୟରେ ଏହାର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ଯୋଡା ପୌରାଧ୍ୟକ୍ଷ ଡଃ ଜଗଦିଶ ପ୍ରସାଦ ସାହୁ ମୁଖ୍ୟ ଅତଥି ଓ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ବିନୋଦ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ସାରେଗାମା ମ୍ୟୁଜିକ୍ ଏଣ୍ଡ ଡ୍ୟାନ୍ସ ଏକାଡେମୀ ନାମରେ ପ୍ରତିଷ୍ଠିତ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ସଂଗୀତ ପ୍ରଶିକ୍ଷକ ବସନ୍ତ କୁଅଁର, ଗୀତାର ରେ ସନତ କୁମାର ରିମା, ଚିତ୍ରକଳାରେ ଭୋଳାନାଥ ବିହାରୀ, ନୃତ୍ୟ ପ୍ରଶିକ୍ଷଣ ଶିକ୍ଷକ ଭାବେ ଏମ୍‌ଡି ଜାକିର ଏବଂ ଆଦିତ୍ୟ କର୍ମକାର, ନୃତ୍ୟରେ ବନ୍ଦନା ପ୍ରଧାନ, ପ୍ରତିକ୍ଷା ଜେନା, ପ୍ରାଚୀ ମହାନ୍ତି ପ୍ରମୁଖ ପ୍ରଶିକ୍ଷକ ଭାବେ ଅବସ୍ଥାପିତ ଥିବା ଜଣାପଡିଛି। ଏହି ପ୍ରଶିକ୍ଷଣ କେନ୍ଦ୍ରଟିକୁ ଶ୍ରୀମତୀ ଜେନାଙ୍କ ଦୁଇ ଝିଅ ବିଶିଷ୍ଠ କଣ୍ଠଶିଳ୍ପୀ ଶୁଭଶ୍ରୀ ଓ ଜୟଶ୍ରୀ ପରିଚାଳନା କରୁଛନ୍ତି। ମା’ ଦୁର୍ଗାଙ୍କ ଆବାହାନର ଦଶମୀ ଦିନ ଏହି ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ଅନେକ ଯୁବ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ରାଉତ ସଭା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.