Home ଜିଲ୍ଲା ପରିକ୍ରମା ଧାମରାରେ ବିଜୁଳି ଆଘାତରେ ମାଛ ଜାଆଁଳ ବ୍ୟବସାୟୀ ମୃତ, ଜଣେ ଗୁରୁତର

ଧାମରାରେ ବିଜୁଳି ଆଘାତରେ ମାଛ ଜାଆଁଳ ବ୍ୟବସାୟୀ ମୃତ, ଜଣେ ଗୁରୁତର

17

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳରେ ଜଣେ ମାଛ ଜାଆଁଳ ବ୍ୟବସାୟୀ ବିଜୁଳି ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାଇ ଆଜି ଅପରାହ୍ଣ ୧୨ ଟା ସମୟରେ ଜଣେ ମାଛ ଜାଆଁଳ ବ୍ୟବସାୟୀ ନିଜର ସହଯୋଗୀ ସହ ବୁଲି ବୁଲି ମାଛ ଜାଆଁଳ ବ୍ୟବସାୟ କରୁଥିବା ବେଳେ ରାସ୍ତା ଉପରେ ବିଜୁଳି ଆଘାତ ହୋଇଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ରାସ୍ତା ଉପରେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧାମରା ମେଡିକାଲ ଏବଂ ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦେଇଥିଲେ । ମାତ୍ର ଡାକ୍ତର ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘୋଷଣା କରିଥିବା ବେଳେ ତାଙ୍କର ସହଯୋଗୀ ବିଜୁଳି ଆଘାତ ପାଇ ଚିକତ୍ସିତ ହେଉଥିବା ଜଣା ଯାଇଛି। ମୃତ ଏବଂ ଆଘାତ ପାଇଥିବା ବ୍ୟକ୍ତି ବିଶେଷଙ୍କର ପ୍ରକୃତ ଠିକଣା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.