Home ଜିଲ୍ଲା ପରିକ୍ରମା ଧାମରାରେ ପୋଷଣ ଦିବସ ପାଳିତ

ଧାମରାରେ ପୋଷଣ ଦିବସ ପାଳିତ

107

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଷ୍ଟିହୀନତାର ଶିକାର ହେଉଥିବା ମହିଳା ଓ ଶିଶୁମାନଙ୍କୁ ରକ୍ଷା କରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ପୋଷଣ ଦିବସ ପାଳିତ ହୋଇଯାଇଛି । ଆଦାନୀ ଧାମରା ପୋର୍ଟ ଚତୁଃପାଶ୍ୱର୍ରେ ଥିବା ୮ଟି ଗ୍ରାମପଂଚାୟତରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧ ମାସ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିଥିଲା । ସୁପୋଷଣ ପ୍ରକଳ୍ପ ଅଧୀନରେ ଯେଉଁଠାରେ ୫ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏବଂ କିଶୋରୀମାନଙ୍କ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରାଯାଉଥିଲା, ସେଠାରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ପାଳନ କରି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଆଇସିଡିଏସ୍ ସହାୟତାରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଓ କିଶୋରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଫୋନ ମାଧ୍ୟମରେ ଓ ହିତାଧିକାରୀଙ୍କୁ ବ୍ୟକ୍ତିଗତ ପରାମର୍ଶ, ମା’ ମାନଙ୍କୁ ସଚେତନ କରାଇବା ପାଇଁ ପୋଷଣସଙ୍ଗିନୀମାନଙ୍କ ଦ୍ୱାରା ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ସଭା ଆୟୋଜନ, ପୁଷ୍ଟିହୀନତା ସମସ୍ୟାର ସମାଧାନ ପାଇଁ ରୋଷେଇ ବଗିଚା ଉପରେ ସଚେତନତା କରାଯାଉଛି । ସମୁଦାୟ ୫୬ଟି ଗ୍ରାମରେ ପୁଷ୍ଟିକର ଖାଦ୍ୟର ବ୍ୟାଖ୍ୟାନ କରି ସଚେତନତା ସୃଷ୍ଟି କରାଯାଉଛି । ୩୦ ଜଣ ସୁପୋଷଣ ସଙ୍ଗିନୀମାନଙ୍କ ମାଧ୍ୟମରେ ୩୨୦ ଜଣ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’, ୧୮୦ଜଣ କିଶୋରୀଙ୍କୁ ସେବା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.