Home ଜିଲ୍ଲା ପରିକ୍ରମା ବି.ପିଏମ୍ ଓ ନୋଡାଲ ଅଫିସରଙ୍କ ମନମୁଖୀ କାର୍ଯ୍ୟ, ଆମରଣ ଅନଶନରେ ବସିଲେ ସଭାନେତ୍ରୀ, ସମ୍ପାଦିକା

ବି.ପିଏମ୍ ଓ ନୋଡାଲ ଅଫିସରଙ୍କ ମନମୁଖୀ କାର୍ଯ୍ୟ, ଆମରଣ ଅନଶନରେ ବସିଲେ ସଭାନେତ୍ରୀ, ସମ୍ପାଦିକା

66

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକରେ ଥିବା ଓଡିଶା ଜୀବିକା ମିଶନର ବିପିଏମ୍ ଓ ନୋଡାଲ ଅଫିସର୍ ରାମଚନ୍ଦ୍ରପୁର ପଞ୍ଚାୟତ ସ୍ତରୀୟ ରାମେଶ୍ୱର ମହିଳା ସଂଘର ସଭ୍ୟାମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା ପ୍ରତିବାଦରେ ଗତ ୩୦ ତାରିଖରୁ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଆସୁଥିଲେ । ସୂଚନାମୂଳେ, ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡାକୁ ଛାଡ଼ି କେବଳ ନୂତନ ସଭାପତି, ସମ୍ପାଦିକା ଚୟନ କରିବା ସମ୍ପର୍କରେ ସଭାକାର୍ଯ୍ୟ କରିବାକୁ ବିପିଏମ ଓ ନୋଡ଼ାଲ ଅଫିସର କହିବାରୁ ସଭ୍ୟାମନେ ରାଜି ହୋଇ ନଥିଲେ । ଏହାକୁ ନେଇ ଅଫିସର ଦ୍ୱୟ ସଂପୃକ୍ତ ମହିଳାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ରୁକ୍ଷ ଭାଷାରେ ଗାଳିଗୁଲଜ୍ କରିବା ସହ ବୈଠକରୁ ବାହାରି ଯିବା ପାଇଁ ଧମକ ଦେଇଥିଲେ । ଏନେଇ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ଯୋଜନାବଦ୍ଧ ଭାବେ ପୁଲିସ ଲଗାଇ ସେମାନଙ୍କୁ ବୈଠକରୁ ବାହାର କରିଦିଆଯାଇଥିଲା । ଉପରୋକ୍ତ ମହିଳା ସଂଘ ବିଗତ ବର୍ଷରେ ଚାଷୀମାନଙ୍କ ଠାରୁ ଧାନ କଣିବା ହିସାବ ପାଇନଥିବା ବେଳେ ସଂମ୍ପୃକ୍ତ ସିଆର୍‌ପି ଇତିଶ୍ରୀ ପଣ୍ଡା ଦୀର୍ଘ ୭ମାସ ଧରି କାର୍ଯ୍ୟରେ ଅନୁପସ୍ଥିତ ଥିଲେ ମଧ୍ୟ ସିଆର୍‌ପି ଓ ଏମ୍‌ବିକେଙ୍କ ଦରମା ଅନୁମୋଦନ କରିବାକୁ ମହିଳା ମାନଙ୍କୁ ବାଧ୍ୟ କରିଥିଲେ । ପରେ ଏହି ଆକ୍ରୋଶମୂଳକ ପଦକ୍ଷେପ ବାବଦରେ ସଂପୃକ୍ତ ମହିଳାସଂଘ ପକ୍ଷରୁ ଲିଖିତ ଅଭିଯୋଗ ବିଡିଓ ରେବେକା ବିଲୁଙ୍ଗଙ୍କୁ ପ୍ରଦାନ କରିବା ସହ ଭଦ୍ରକ ଡିପିଏମ୍‌, ଡିଆର୍‌ଡିଏ,ଡିପିସି ଓ ବନ୍ତ ସିଡିପିଓ ଓ ଥାନାଧିକାରିଣୀଙ୍କୁ ଏହାର କପି ପ୍ରଦାନ କରିଥିଲେ । ତେବେ ଏହାର ଉପଯୁକ୍ତ ସମାଧାନ ନହେବାରୁ ଆଜି ଠାରୁ ଗଣ ଧାରଣା ପରିବର୍ତ୍ଥେ ସଭାନେତ୍ରୀ କୁନ୍ତଳା ଜେନା ଓ ସମ୍ପାଦିକା ଉଷାରାଣୀ ବେହେରା ଆମରଣ ଅନଶନ ଆରମ୍ଭ କରିଛନ୍ତି । ତେବେ ସନ୍ଧ୍ୟାରେ ବ୍ଲକ ବିଡ଼ିଓ ରେବେକା ବିଲୁଙ୍ଗ, ବିପିଏମ ବୀଣାପାଣି ପଣ୍ଡା ଓ ବନ୍ତ ଥାନାଧିକାରିଣୀ ମୀନା ବିନ୍ଧାଣୀ ଅନଶନସ୍ଥଳୀକୁ ଯାଇ ଆଲୋଚନା କରିଥିଲେ ବି କୌଣସି ସମାଧାନ ହୋଇପାରି ନାହିଁ । ଅପରପକ୍ଷେ ଅନଶନକାରୀମାନେ ଡ଼ିପିଏମ ଅନଶନସ୍ଥଳୀକୁ ଆସି ସମସ୍ୟାର ସମାଧାନ ନକଲେ ସେମାନେ ଅନଶନରୁ ଓହରିବେ ନାହୌିଁ ବୋଲି କହିଛନ୍ତି । ଆଜିର ଏହି ଆମରଣ ଅନଶନକୁ ସମର୍ଥନ ଜଣାଇ ନାରୀ ନେତ୍ରୀ ଦମୟନ୍ତୀ ବେହେରା, ବିଳାସିନୀ, ସାହୁ, ନିରୂପମା ବେହେରା, ବୀଣାପାଣି ବେହେରା, ରାନୁପ୍ରଭା ଜେନା, ସତ୍ୟଭାମା ନାୟକ, ସୁଲୋଚନା ଜେନା, ଅନ୍ନପୂର୍ଣ୍ଣା ବେହେରା, କୁନ୍ତଳା ପ୍ରଧାନ ପ୍ରମୁଖ ଧରଣାରେ ବସି ରହିଛନ୍ତି । ଏନେଇ ବ୍ଲକ ବିପିଏମଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଥିଲେ, ଅନଶନକାରୀମାନଙ୍କ ସହିତ ମୁଁ ଆଲୋଚନା କରିଛି, ସେମାନଙ୍କ ଅଧିକାଂଶ ଦାବୀ ପୂରଣ ହୋଇସାରିଛି, ଆଉ ଯାହାକିଛି ଦାବୀ ରହିଛି ତାହା ପର୍ଯ୍ୟାୟକ୍ରମେ ପୂରଣ କରାଯାଇ ପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.