Home ଜିଲ୍ଲା ପରିକ୍ରମା ଜବରଦଖଲରେ ଐତିହାସିକ ଜଗୁସାଗର ପୋଖରୀ, ବିକାଶ ପାଇଁ ଅଂଟା ଭିଡିଲେ ସାଂସଦ

ଜବରଦଖଲରେ ଐତିହାସିକ ଜଗୁସାଗର ପୋଖରୀ, ବିକାଶ ପାଇଁ ଅଂଟା ଭିଡିଲେ ସାଂସଦ

95

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବଜାରର ମଧ୍ୟସ୍ଥଳିରେ ଥିବା ସର୍ବ ପୁରାତନ ଓ ଐତିହାସିକ ଜଗୁସାଗର ପୋଖରୀ ଏବେ ଜବରଦଖଲକାରୀଙ୍କ କବ୍ଚାରେ ରହିଛି । ମରହଟ୍ଟା ଅମଳରେ ଜଗୁ ପଣ୍ଡିତଙ୍କ ଅମଳରେ ଏହି ପୋଖରୀ ତାଙ୍କ ନାମରେ ଥିଲା । ତାଙ୍କ ସ୍ତ୍ରୀଙ୍କ ନାମ ସାଗରୀ ଥିବାରୁ ଉକ୍ତ ପୋଖରୀର ନାମ ଜଗୁସାଗର ପୋଖରୀ ଦିଆଯାଇଥିଲା । ଜମିଦାରୀ ପ୍ରସ୍ଥା ଉଚ୍ଛେଦ ପରେ ଏହି ପୋଖରୀ ସରକାରଙ୍କ ମତ୍ସ୍ୟ ବିଭାଗ ଅଧିନରେ ରହିଛି । ମତ୍ସ୍ୟ ବିଭାଗ ପକ୍ଷରୁ ପୋଖରୀ ମାଛ ଚାଷ କରାଯାଉଛି । ବିଭାଗ ପୋଖରୀରେ ମତ୍ସ୍ୟ ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ଆଦାୟ କରୁଛନ୍ତି । ହେଲେ ଦୀର୍ଘ ବର୍ଷ ହେବ ବିଭାଗୀୟ ଉଦାସିନତା ଯୋଗୁଁ ପୋଖରୀ ଜବରଦଖଲ ହେବାରେ ଲାଗିଛି । ପୋଖରୀ ଓ ତାର ଚତ୍ରୁପାଶ୍ୱର୍ ହୁଡା ପ୍ରାୟ ୧୨ ଏକର ଜମି ରହିଥିବା ବେଳେ ହୁଡାକୁ କେତେକ ମୁଷ୍ଟିମେୟ ଲୋକ କବ୍ଚା କରି ନେଲେଣି । ପୋଖରୀର ଦୁଇପାଶ୍ୱର୍ରେ କେତେକ ଲୋକ କୋଠା ଘର ନିର୍ମାଣ କରି ବସବାସ କରୁଥିବା ବେଳେ ସେସବୁ ଘରର ପାଇଖାନ ଓ ମଇଳା ପାଣି ପୋଖରୀକୁ ଛାଡୁଛନ୍ତି । ଏପରିକି ବଜାରର ଅଳିଆ ଆବର୍ଜନା ମଧ୍ୟ ଏହି ପୋଖରୀ ପକାଇବାରୁ ପୋଖରୀ କ୍ରମଶଃ ପୋତି ହେବାକୁ ବସିଲାଣି । ମତ୍ସ୍ୟ ବିଭାଗ ପକ୍ଷରୁ ପୋଖରୀର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏବେ ପୋଖରୀରେ ଅନାବନା ଗଛ ଓ ଦଳ ଭର୍ତି ହୋଇ ସମତଳ ଭଳି ଦୂଶ୍ୟମାନ ହେଉଛି । ଫଳରେ ପୋଖରୀ ପ୍ରଦ୍ୟୁଷତି ହେବା ସହିତ ଏହି ଐତିହାସିକ ପୋଖରୀ ତାର ସୌନ୍ଦଜ୍ୟକୁ ହରାଉଛି । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପୋଖରୀର ଉନ୍ନତିକରଣ ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ତାଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳ ସାଂସଦ ହେବା ପରେ ପ୍ରଥମ ଧାମନଗର ଗସ୍ତ ସମୟରେ ସ୍ଥାନୀୟ ଅଂଚଳବାସୀ ଓ ବରିଷ୍ଠ ନାଗରିକ ପରିଷଦର ଅନିଲ କୁମାର ବାରିକ, ନିତ୍ୟାନନ୍ଦ ମିଶ୍ର, ରସାନନ୍ଦ ମହାପାତ୍ର, ସକିଲ ଅହେମ୍ମଦ, ହବିବୁଲ ରହେମାନ, ଅଶୋକ ଦାସ, ସେକ ସୋଲେମାନ, ସରୋଜ ସେଠୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଏମଡି ଫକିରୁଦ୍ଦିନ, ଶରତ ଚନ୍ଦ୍ର ମହାନ୍ତି ପ୍ରମୁଖ ପୋଖରୀର ପୁଃନଉଦ୍ଧାର ପାଇଁ ଦାବି କରିଥିଲେ । ସାଂସଦ ଶ୍ରୀମତି ମଣ୍ଡଳ ପୋଖରୀର ଉନ୍ନତିକରଣ ପାଇଁ ସେମାନଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ଏସମ୍ପର୍କରେ ସାଂସଦ ଶ୍ରୀମତି ମଣ୍ଡଳ ନଗର ଉନ୍ନୟନ ବିଭାଗ ସହିତ ଆଲୋଚନା କରିଛନ୍ତି । ଖୁବଶୀଘ୍ର ପୋଖରୀର ପୁଃନଉଦ୍ଧାର ସହିତ ତାର ସୌନ୍ଦଯ୍ୟକରଣ ଓ ଆକର୍ଷିତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ୟୟ କରାଯିବାର ପ୍ରସ୍ଥାବ ରହିଛି । ଖୁବଶୀଘ୍ର ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.