Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ କନେଷ୍ଟବଳଙ୍କ ମୃତ୍ୟୁରେ ଶୋକ

ଦୁର୍ଘଟଣାରେ କନେଷ୍ଟବଳଙ୍କ ମୃତ୍ୟୁରେ ଶୋକ

46

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ପୁଲିସ୍ କୋର୍ଟରେ କାର୍ଯ୍ୟରତ କନେଷ୍ଟବଳ ନୀଳମାଧବ ରାଉତଙ୍କର କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଗତ ୨ ଦିନ ତଳେ ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଆଇସିୟୁରେ ରହିବା ମଧ୍ୟରେ ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ୱର୍ଗତଃ ରାଉତ ତାଙ୍କର ଚାକିରୀ କାର୍ଯ୍ୟକାଳ ମଧ୍ୟରେ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଓ ଲୋକପ୍ରିୟ କର୍ମଚାରୀ ଥିଲେ । ତାଙ୍କର ଦେହାନ୍ତରେ ଭଦ୍ରକ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.