Home ଅପରାଧ ଧାମରାରେ ନାବାଳିକା ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଦେଖାଇ ମାଡ ଖାଇଲେ ପ୍ରାଥମିକ ଶିକ୍ଷକ, ଭିଡିଓ ଭାଇରାଲ

ଧାମରାରେ ନାବାଳିକା ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଦେଖାଇ ମାଡ ଖାଇଲେ ପ୍ରାଥମିକ ଶିକ୍ଷକ, ଭିଡିଓ ଭାଇରାଲ

33

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଜୈନିକ ଶିକ୍ଷକ ଜଣେ ନାବାଳିକା ଛାତ୍ରୀକୁ ଅଶାଳୀନ ବ୍ୟବହାର ଦେଖାଇ ମାଡ ଖାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ପାଇକସାହି କ୍ଲଷ୍ଟର ଅଧିନସ୍ଥ ଗୁଆଁଳ ଠାରେ ଥିବା ଭାବେଶ୍ୱର ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଜୈନିକ ଶିକ୍ଷକ ସେହି ବିଦ୍ୟାଳୟର ୫ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ।ସଂପୃକ୍ତ ଛାତ୍ରୀ ଜଣକ ଘରକୁ କାନ୍ଦିକାନ୍ଦି ଯାଇ ନିଜର ମା ପାଖରେ ସମସ୍ତ ଖବର କହିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସଂପୃକ୍ତ ଛାତ୍ରୀଙ୍କ ପରିିବାର ଏବଂ ଗ୍ରାମଲୋକେ ବିଦ୍ୟାଳୟର ଶିକ୍ଷକଙ୍କୁ ବିଦ୍ୟାଳୟ ନିକଟରେ ଅଟକାଇ ଏକ ଖୁଂଟରେ ବାନ୍ଧି ପକାଇ ମାଡ ମାରିଥିଲେ। ଏହି ମାଡ ମାରିବା ଦୃଶ୍ୟକୁ ସ୍ଥାନୀୟ ଲୋକେ ଭିଡିଓ ଉତ୍ତୋଳନ କରିବା ସହ ସାମାଜିକ ଗଣମାଧ୍ୟମରେ ପ୍ରଚାର କରି ଦେଇଥିଲେ। ଏହାପରେ ଗୁଆଁଳ ଗ୍ରାମର ବାସିନ୍ଦା ଏବଂ ସଂପୃକ୍ତ ସିଆରସିସି ବସି କଥାକୁ ଦଫାରଫା କରିଥିଲେ। ମାତ୍ର କଥା ସେହି ଠାରେ ସରି ନଥିଲା ପରେ ଏହି କଥାକୁ ନେଇ ସାଧାରଣରେ ଉତେଜନା ପ୍ରକାଶ ପାଇବା ସହ ସଂପୃକ୍ତ ଶିକ୍ଷକ କାହିଁକି ଏଭଳି ଅଶାଳୀନ ବ୍ୟବହାର କଲେ ସେଥିପାଇଁ ଏକ ଲିଖିତ ଭାବେ ଜନସାଧାରଣକୁ ଦେବାକୁ ଅଡି ବସିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଅଶାଳୀନ ବ୍ୟବହାର କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ବେଳେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.