Home ଓଡ଼ିଶା ଧାମରାରେ ନଳକୂପ ପାଇପ ଚୋର ସକ୍ରୀୟ, ପୁରୁଣା ନଳକୂପରୁ ପାଇପ ଉଠାଇ କର୍ମଚାରୀ ମାଲେମାଲ

ଧାମରାରେ ନଳକୂପ ପାଇପ ଚୋର ସକ୍ରୀୟ, ପୁରୁଣା ନଳକୂପରୁ ପାଇପ ଉଠାଇ କର୍ମଚାରୀ ମାଲେମାଲ

127

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳରେ ପାଇପ ଚୋର ସକ୍ରୀୟ ଆଉ ଖୋଦ ପଂଚାୟତ ସମିତ କାର୍ଯ୍ୟାଳୟରେ ଜଣେ ସ୍ଥାୟୀ କର୍ମଚାରୀ ଏଥିରେ ଲିପ୍ତ ଥିବା ବେଳେ ତାଙ୍କୁ ସହ ଯୋଗ କରିବାରେ ଅଂଟା ଭିଡିଛନ୍ତି ପଂଚାୟତ ଦ୍ୱାରା ଅସ୍ଥାୟୀ ନିଯୁକ୍ତି ପାଇଥିବା କିଛି କର୍ମଚାରୀ। ଖୋଦ ବିଭାଗୀୟ କର୍ମଚାରୀ ହୋଇଥିବାରୁ ସାଧାରଣ ଲୋକଙ୍କୁ ଭୂୟାଁ ବୁଲାଇ ଲଗାତର ବିଭିନ୍ନ ଅଂଚଳରୁ ପୁରୁଣା ନଳକୂପ ରୁ ପାଇପ ଉଠାଇ ଏହାର ବିଭିନ୍ନ ସରଞ୍ଜାମକୁ କବାଡିଆ ଦୋକାନରେ ବେଆଇନ ଭାବେ ବିକ୍ରୀ କରି ବେଶ ଲାଭବାନ ହେଉଥିବା ଏହି କର୍ମଚାରୀ ନିଜ ଉପରୁ ଦୋଷ ଓହ୍ଲାଇବା ପାଇଁ କେତେବେଳେ ପଂଚାୟତ କର୍ମଚାରୀ ତ କେତେବେଳେ ବିଭାଗୀୟ ଯନ୍ତ୍ରୀଙ୍କ ନିର୍ଦ୍ଧେଶରେ ଏହି ପାଇପ୍ ଉଠାଯାଉଛି ବୋଲି ଲୋକଙ୍କୁ କହି ବୁଲୁଛନ୍ତି। ଗ୍ରାମାଂଚଳରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଜଳ ଓ ପରିମଳ ବିଭାଗ ଚାନ୍ଦବାଲି ପକ୍ଷରୁ ବ୍ଲକରେ ବିଭିନ୍ନ ପଂଚାୟତରେ ଆରଡବ୍ଲୁଏସଏସ ପକ୍ଷରୁ ବସାଯାଇଥିବା ନଳକୂପର ରକ୍ଷଣାବେକ୍ଷଣା ପାଇଁ ପ୍ରତି ପଂଚାୟତ ପକ୍ଷରୁ ଜଣେ ଜଣେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଲବଣାକ୍ତ ଅଂଚଳ ଭାବେ ପରେିଚିତ ଚାନ୍ଦବାଲି ବ୍ଲକର ପ୍ରତି ୨୨ ପରିବାରକୁ ଗୋଟିଏ ନଳକୂପ ଯୋଗାଇ ଦିଆଯାଉଥିବା ବେଳେ ଅଧିକାଂଶ ନଳକୂପ ସ୍ଥାପନ ହେବାର ମାସ କେତେଟା ପରେ ଏହା ଅଚଳ ହୋଇଯିବାର ନଜର ଆସୁଛି।

ସମୁଦ୍ର, ନଦୀନାଳ ଘେରା ଚାନ୍ଦବାଲି ବ୍ଲକର ବିଶୁଦ୍ଧ ପାଣି ଟୋପେ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଅଧିକାଂଶ ଗ୍ରାମରେ ନଳକୂପ ପାଣି ପାଇଁ ଲୋକଙ୍କୁ ୧କିମି ଦୂର ଅନ୍ୟ ଗ୍ରାମର ଥିବା ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି।।ତେବେ ପୁରୁଣା ନଳକୂପ ମରାମତି କରିବା ବଦଳରେ କିଛି ଅସାଧୁ ବିଭାଗୀୟ କର୍ମଚାରୀ ଏହି ନଳକୂପ ମାନଙ୍କରୁ ବିଭିନ୍ନ ସାମଗ୍ରୀ ସହିତ ବ୍ୟବହୃତ ପାଇପ ଉଠାଇ ଚୋରାରେ ବିକ୍ରୀ କରି ନିଜ ନିଜ ପକେଟ ଗରମ କରୁଥିବା ଦେଖିବାକୁ ମିଳିଛୁ। ଧାମରା ପଂଚାୟତରେ ଥିବା ବିଭାଗୀୟ କର୍ମଚାରୀ ବିଭିନ୍ନ ପଂଚାୟତରେ ଅଚଳ ହୋଇ ପଡିଥିବା ନଳକୂପରୁ ପାଇପ ସହିତ ଆନୁସଙ୍ଗିକ ସାମଗ୍ରୀ କବାଡିଆ ଦୋକାନକୁ ବିକ୍ରୀ କରିବା ନଜରକୁ ଆସୁଛି। ତେବେ ଗତକାଲି ଧାମରା ବଜାର ମଧ୍ୟରେ ଥିବା ଏକ ଅଚଳ ନଳକୂପରୁ ବିଭିନ୍ନ ସାମଗ୍ରୀ କବାଡିଆ ଦୋକାନରେ ବିକ୍ରୀ କରିବା ସହିତ ପାଇପ ଉଠାଇବା ସମୟରେ କିଛି ଲୋକ ଏହାକୁ ବିରୋଧ କରିବାରୁ ଏହା ବିଭାଗୀୟ ଯନ୍ତ୍ରୀଙ୍କ ନିର୍ଦ୍ଧେଶରେ କରାଯାଉଛି ବୋଲି ସମ୍ପୃକ୍ତ କର୍ମଚାରୀ ଏହାକୁ ସେ‘ଇ ଦେଇଛନ୍ତି। ତେବେ ଏ ନେଇ ଆରଡବ୍ଲୁଏସଏସ ଯନ୍ତ୍ରୀ ଙ୍କ ମତାମତ ନେବାରୁ ଏପରି ନିର୍ଦ୍ଦେଶ ସଂପୃକ୍ତ କର୍ମଚାରୀଙ୍କୁ ଦିଆଯାଇ ନାହିଁ ଯଦି ଏହା ସତ ହୋଇଥାଏ ତେବେ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାଉନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.