Home ଜିଲ୍ଲା ପରିକ୍ରମା ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା

20

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା କ୍ଷେତ୍ରରେ ଅଣ୍ଟା ସଳଖୁଛି କଂଗ୍ରେସ। ଦଳକୁ ତୃଣମୂଳସ୍ତରରୁ ଅଧିକ ଶକ୍ତିଶାଳୀ କରିବାକୁ ସାଂଗଠନିକ ସ୍ତରରେ ଦଳ ଉଦ୍ୟମ ଜାରୀ ରଖିଛି। ବିଶେଷକରି ସାଂଗଠନିକ ପୁର୍ନବିନ୍ୟ୍ୟାସ ସମୟରେ ଯୁବବର୍ଗଙ୍କୁ ଦଳ ଗୁରୁତ୍ୱ ଦେଉଛି। ଏହିକ୍ରମରେ ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ଯୁବ କଂଗ୍ରେସ ସଭାପତି ଭାବେ ଇଲିୟାସ ଅଲ୍ଲୀ ଖାନଙ୍କୁ ମନୋନୀତ କରାଯାଇଛି। ଏହି ଅବସରରେ ତାଙ୍କୁ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ତେବେ ରାଜ୍ୟ ଯୁବ କଂଗ୍ର୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା ଇଲିୟାସଙ୍କୁ ଏହି ପଦବୀ ପାଇଁ ମନୋନୀତ କରିଛନ୍ତି। ଇଲିୟାସ ଏହି ଅବସରରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି, ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଆଲୁଭେରା, ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ଶେଷ ନାରାୟଣ ଓଝା, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସହ ପ୍ରଭାରୀ ଅଭିବନ ସିଦ୍ଧାର୍ଥ ଭଗତ, ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ର୍ରୀ ଲେଙ୍କା, ପିସିସି ମୁଖ୍ୟ ଶରତ ପଟ୍ଟନାୟକଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ର, ସୁବ୍ରତ ବେହୁରିଆଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଦଳ ଯେଉଁ ଦାୟିତ୍ୱ ଦେବ, ତାହାକୁ ସେ ସୂଚାରୁ ରୂପେ ପାଳନ କରିବେ। ବୁଥ ସ୍ତରରୁ ସମସ୍ତ ଯୁବବର୍ଗଙ୍କୁ ସାଙ୍ଗରେ ନେଇ ଦଳକୁ ଅଧିକ ଶକ୍ତିଶାଳୀ କରିବେ ବୋଲି ଇଲିୟାସ ନିଜ ପ୍ରତିକ୍ରିୟାରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.