Home ଜିଲ୍ଲା ପରିକ୍ରମା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ମେଧା ସମ୍ବର୍ନ୍ଧନା ଉତ୍ସବରେ ମୋ ସ୍କୁଲ ଅଭିଯାନକୁ ଦାନ କଲେ ୧୦ଲକ୍ଷ

ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ମେଧା ସମ୍ବର୍ନ୍ଧନା ଉତ୍ସବରେ ମୋ ସ୍କୁଲ ଅଭିଯାନକୁ ଦାନ କଲେ ୧୦ଲକ୍ଷ

33

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ମେଧା ସମ୍ଭର୍ନ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଏ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ଭର୍ନ୍ଧିତ କରାଯାଇଥିଲା। ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅପୂର୍ବ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ସଭାପତି ବନବିହାରୀ ମାଇତି ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସେକ ମାଲେକୁଦିନ, ସଂଧ୍ୟାରାଣୀ ପଟ୍ଟନାୟକ, ସେକ ବାକର ଅଲ୍ଲୀ, ବାୟୁସେନାରୁ ଅବ୍ୟାହତି ନେଇଥିବା ଅଶୋକ ପଣ୍ଡିତ, ସୁକୁମାର ସାମନ୍ତ, ସୁଧୀର ଚନ୍ଦ୍ର ଗିରି ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଏହି ବର୍ଣାଢ୍ୟ ଉତ୍ସବରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ସୋହେନ ଅଲ୍ଲୀ ଖାଁ( ୫୬୨), ସୁମିତ୍ରା କର(୫୪୫) ଏବଂ ଶୁଭଲକ୍ଷ୍ମୀ ରାଉତ(୫୪୪) ନମ୍ବର ରଖି ଉତୀର୍ଣ ହୋଇଥିବା ବେଳେ ସେମାନଙ୍କୁ ରୌପ୍ୟ ପଦକ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

ଏଥିସହ ବାୟୁସେନାରୁ ଅବ୍ୟାହତି ନେଇଥିବା ଅଶୋକ ପଣ୍ଡିତ ପ୍ରତ୍ୟେକଙ୍କୁ ୩ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ଆଗାମୀ ଦିନର ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆଜିର ଏହି ବର୍ଣାଢ୍ୟ ସମାବେଶରେ ଏହି ଅଂଚଳର ପରିଚିତ ଚେହେରା ଅପୂର୍ବ କୁମାର ପଟ୍ଟନାୟକ ଏହି ବିଦ୍ୟାଳୟଟି ୫ ଟି ରେ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ବିଦ୍ୟାଳୟର ଉତୋରତର କାମନା କରିଥିବା ବେଳେ କିଛି ବାକି ରହିଯାଇଥିବା କାର୍ଯ୍ୟ କୁ ସଂପୂର୍ଣ କରିବା ପାଇଁ ଏହି ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନରେ ୧୦ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ସେ ଏହି ଚେକ ଟିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରୁଣ କୁମାର ଦାସଙ୍କୁ ପ୍ରଦାନ କରିଥିଲେ। ଆଜିର ଏହି ସଭାକୁ ବିଦ୍ୟାଳୟର ବିଞାନ ଶିକ୍ଷକ ଶ୍ରୀଧର ସ୍ୱାଇଁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଭିଭାବକ ଏବଂ ବିଦ୍ୟାଳୟର ପରିଚାଳନା ମଣ୍ଡଳୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ତରୁଣ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.