Home ଜିଲ୍ଲା ପରିକ୍ରମା ଧାମରାରେ ଏଚଏସଟିଡିଭି ମିସାଇଲର ପରୀକ୍ଷଣ

ଧାମରାରେ ଏଚଏସଟିଡିଭି ମିସାଇଲର ପରୀକ୍ଷଣ

54

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଧାମରା ନିକଟସ୍ଥ କଲାମ ଘାଟିର ଲଂଚ ପ୍ୟାଡରୁ ଆଜି ଏଚ ଏସ ଟି ଡିଭି(ହାଇପରସୋନିକ ଟେକନୋଲୋଜି ଡେମୋନଷ୍ଟ୍ରେଟର ଭେଇକିଲ) ମିସାଇଲର ପରୀକ୍ଷଣ ହୋଇ ଯାଇଛି । ଆଜିର ଏହି ପରୀକ୍ଷଣ ସମୟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବହୁ ବରିଷ୍ଠ ବୈଞାନିକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଦିନ ୧୧.୦୨ ମିନଟ ସମୟରେ ଏହି ମିସାଇଲର ପରୀକ୍ଷଣ କରାଯାଇଥିଲା । ଏହି ମିସାଇଲ ୩୨.୫ କି.ମି ଅତିକ୍ରମ କରିବାର କ୍ଷମତା ବହନ କରିଥିବା ବେଳେ ଏହି ସୁପରସୋନିକ ମିସାଇଲ ର ଟେକନୋଲଜି ସ୍ୱତନ୍ତ୍ର ଭାବରେ ନିର୍ମିତ । ଏହି ମିସାଇଲର ଗତିବିଧି କୌଣସି ଶତ୍ରୁପକ୍ଷର ରାଡର ମଧ୍ୟକୁ ଆସିବା ବେଳେ ଏହି ମିସାଇଲର ପ୍ରଥମ ଭାଗ ସ୍ୱତପ୍ରୋତ ଭାବରେ ସମୁଦ୍ର କିମ୍ବା ସ୍ଥଳ ଭାଗରେ ଖସିପଡିଥାଏ ଫଳରେ ଶତ୍ରୁପକ୍ଷର ରାଡାର ଏହି ମିସାଇଲଟି ନିଷ୍କ୍ରିୟ ହୋଇଗଲା ବୋଲି ଧରିନେଇଥାଏ ।ମାତ୍ର ପ୍ରଥମ ଭାଗ ଖସି ପଡିବା ପରେ ଏହାର ଦ୍ୱିତୀୟ ଭାଗ ରୁ ଏହାର ଗତିବିଧି ପୁନଶ୍ଚ ନିଜର ରାଡାର ଦ୍ୱାରା ନିୟନ୍ତ୍ରୀତ ହୋଇ ଭାଗ ଭାଗରେ ବିଭକ୍ତ ହୋଇ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିଥାଏ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ଜଣାଯାଇଛି । ୨୦୦୮ ମସିହାରେ ଏହି ହାଇପରସୋନିକ ଟେକନୋଲଜି ଡେମୋନଷ୍ଟ୍ରଟର ଭେଇକିଲ ବୈଞାନିକ ଭିକେ ସାରସ୍ୱତଙ୍କ ତତ୍ୱାବଧାନରେ ଉନ୍ନତ ମାନର ନିର୍ମାଣ କରାଯାଇଥିଲା ।ଏହି ମିସାଇଲର ନିର୍ମାଣ କେବଳ ପ୍ରତିରକ୍ଷା ସମ୍ପର୍କିୟ ହୋଇନ ଥିବା ବେଳେ ଏହା ସାହାଯ୍ୟରେ ବିଭିନ୍ନ ଉପଗ୍ରହ ଗୁଡିକୁ କମ ଖର୍ଚରେ ମହକାଶକୁ ପଠାଯାଇ ପାରିବ ବୋଲି ସ୍ତିରୀକୃତ ହୋଇଥିଲା । ଇସ୍ରାଏଲ,ୟୁକେ,ରୁଷିଆ ସହାୟତାରେ ଏହି ମିସାଇଲର ନିର୍ମାଣ କରାଯାଇଛି । ୧୦ ବିଲିୟନ ଅର୍ଥରେ ନିର୍ମିତ ୧ଟନ ଓଜନ ବିଶିଷ୍ଟ ଏହି ମିସାଇଲର ଲମ୍ବ ୧୮ ଫୁଟ । ୨୦୧୦ ମସିହାରେ ଏହି ମିସାଇଲର ପ୍ରଥମ ପରୀକ୍ଷଣ ହୋଇଥିବା ବେଳେ ୨୦୧୬ ରେ ଏହାର ଦ୍ୱିତୀୟ ପରୀକ୍ଷଣ ହେବ ବୋଲି ସ୍ତିରୀକୃତ ହୋଇଥିଲା । ଅବଦୁଲ କଲାମ ଦ୍ୱୀପରୁ ଏହାର ପ୍ରଥମ ପରୀକ୍ଷଣ ଜୁନ ୨୦୧୯ ମସିହାରେ ହୋଇଥିବା ବେଳେ ଏହାର ଦ୍ୱିତୀୟ ସଂସ୍କରଣ ଆଜି ଅବଦୁଲ କଲାମ ଦ୍ୱୀପର ୪ନଂ ଲଂଚ ପ୍ୟାଡରୁ ଦିନ ୧୧.୦୨ରେ ଏହାର ପରୀକ୍ଷଣ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.