Home ଜିଲ୍ଲା ପରିକ୍ରମା ଧାମନଗର – ୩୦ବୋତଲ ବିଦେଶି ମଦ ଜବତ ସହ ଅଭିଯୁକ୍ତ କୋର୍ଟ ଚାଲାଣ

ଧାମନଗର – ୩୦ବୋତଲ ବିଦେଶି ମଦ ଜବତ ସହ ଅଭିଯୁକ୍ତ କୋର୍ଟ ଚାଲାଣ

42

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ଅଧିନସ୍ଥ ଏନ୍‌ଏସି ଅନ୍ତର୍ଗତ ଜୟନଗର ଛକଠାରେ ଭଣ୍ଡାରିପୋଖରୀ ଅଂଚଳରୁ ଜଣେ ବ୍ୟକ୍ତି ଏକ ଏୟାର ବ୍ୟାଗରେ ଚୋରାରେ ବିକ୍ରି ପାଇଁ ୩୦ବୋତଲ ବାକାଡ଼ି ବ୍ଲାକ ବିଦେଶି ମଦ ସହ ଅପେକ୍ଷା କରିଥିବାବେଳେ ଧାମନଗର ପୋଲିସ ଦ୍ୱରା ଗିରଫ ହୋଇଥିଲା । ଥାନା ଏସ୍‌ଆଇ ମୋତିଲାଲ ମାରାଣ୍ଡି ଅଭିଯୁକ୍ତକୁ ଗିରଫ କରିବା ସହ ତା’ ଠାରୁ ବିଦେଶି ମଦ ଜବଦ କରିଥିବା ବେଳେ ଥାନା କେସନଂ ୨୦୦/୨୧ରେ ଏକ ମାମଲା ରୁଜୁକରି ଚୋରା ବେପାରିକୁ କୋର୍ଟଚାଲାଣ କରିଥିବା ଜଣାଯାଇଛି । ତେବେ ଧାମନଗର ଅଂଚଳରେ ଦିନକୁ ଦିନ ଚୋରା ଦେଶି ବିଦେଶି ମଦ , ଗଞ୍ଜେଇ ଓ ଧଳା ଜହରର ଖୁଲମ ଖୁଲା ଚୋରାକାରବାର ହେଉଥିବାବେଳେ ଅବକାରୀ ବିଭାଗ ଚେଇଁ ଶୋଇଥିବା ଭଳି ଜଣାଯାଉଛି । ବହୁଦିନ ଧରି ଏଠାରେ ଅବକାରୀ ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଥିବା ଆଳରେ ଅଧିକାରୀ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ସମେତ ଅବକାରୀ କର୍ମଚାରୀ ସମେତ ଜିଲ୍ଲା ହେଡ଼କ୍ୱାଟରରେ ରହୁଛନ୍ତି । କରୋନା ସମୟ ହେତୁ ସରକାରଙ୍କ ଦ୍ୱାରା ପ୍ରଣିତ ଲକଡ଼ାଉନ୍ ଓ ସଟ୍‌ଡ଼ାଉନ୍‌ର ସୁଯୋଗନେଇ ନିଶା କରବାରିମାନେ ସକ୍ରୀୟ ହେଉଥିବା ଜଣାଯାଉଛି । ଏଥିପ୍ରତି ବିଭାଗୀୟ କତୃପକ୍ଷ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେଇ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.