Home ଜିଲ୍ଲା ପରିକ୍ରମା କଲ୍ୟାଣୀ ଗ୍ରାମର ୪ଜଣ ଚୋରି ଅଭିଯୋଗରେ କୋର୍ଟ ଚାଲାଣ

କଲ୍ୟାଣୀ ଗ୍ରାମର ୪ଜଣ ଚୋରି ଅଭିଯୋଗରେ କୋର୍ଟ ଚାଲାଣ

30

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟାତ ଅଧିନସ୍ଥ କଲ୍ୟାଣୀ ନଗରୀ ଗ୍ରାମର ସୁନିଲ କୁମାର ବେହେରାଙ୍କ ଘରୁ ଗତ ବୁଧବାର ରାତିରେ ଟୁଲୁମଟର, ସାଇକେଲ ଓ ଗ୍ୟାସ ଟାଙ୍କି ଆଦି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଧାମନଗର ପୋଲିସ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଧାମନଗର ପୋଲିସ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଗତକାଲି ରାତିରେ ଥାନାଅଧିକାରୀ ପ୍ରଦୀପ ମହନ୍ତଙ୍କ ନିର୍ଦ୍ଦେସରେ ଏସ୍‌ଆଇ ମୋତିଲାଲ ମାରାଣ୍ଡି ପୋଲିସ ଟିମ୍ ସହ ଚଢାଉ କରି ଝାରଡ଼ିଆ ଗ୍ରାମର ଅଜୟ ଜେନା, କଲ୍ୟାଣୀ ନଗର ଗ୍ରାମର ଅଶୋକ ଦାସ ଓ ସରୋଜ ପାଲ ଏବଂ ପଳିକିରୀ ଗ୍ରାମର ଅମର ଗୋଛାୟତକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଥିଲେ । ଧାମନଗର ପୋଲିସ ଥାନା କେସ ନଂ ୧୯୯/୨୧ ଦଫା ୪୫୭,୩୮୦ରେ ଏକ ମାମଲା ରୁଜୁ କରି ୪ଜଣ ଅଭିଯୁକ୍ତ ଚୋରଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.