Home ଜିଲ୍ଲା ପରିକ୍ରମା ଧାମନଗର ସରକାରୀ ହାଇସ୍କୁଲକୁ ମଡ଼େଲ ବିଦ୍ୟାଳୟ ଉନ୍ନତୀକରଣ ପାଇଁ ଜିଲ୍ଲାପାଳ ଓ ସାଂସଦଙ୍କ ସମୀକ୍ଷା

ଧାମନଗର ସରକାରୀ ହାଇସ୍କୁଲକୁ ମଡ଼େଲ ବିଦ୍ୟାଳୟ ଉନ୍ନତୀକରଣ ପାଇଁ ଜିଲ୍ଲାପାଳ ଓ ସାଂସଦଙ୍କ ସମୀକ୍ଷା

17

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସରକାରୀ ହାଇସ୍କୁଲ ଏକ ଅଗ୍ରଣୀ ହାଇସ୍କୁଲ ସହିତ ତା’ର ଭିତ୍ତିଭୁମି ପାରିପାଶ୍ୱିର୍କ ବ୍ୟବସ୍ଥା ଉନ୍ନତ ମାନର କରାଯିବାପାଇଁ ଆଜି ଜିଲ୍ଲାପାଳ ହାଇସ୍କୁଲରେ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ ବିଭାଗ ତଥା ଏନ୍‌ଏସି ପ୍ରଶାସକ ଅରୁଣ କୁମାର ମହାପାତ୍ର, ଜିଲ୍ଳା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଧାମନଗର ତହସିଲଦାର ରାଧାକାନ୍ତ ବାରିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଏବିଡ଼ିଓ ଶର୍ମିଷ୍ଠା ମଲ୍ଲିକ, ଏନ୍‌ଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ପିତାମ୍ବାର ବାରିକ, ଅତିରିକ୍ତ ଶିକ୍ଷାଧିକାରୀ ଭୀମସେନ ହୋ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୂରଲୀଧର ମିଶ୍ର, କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ପ୍ରଧାନ, ଏନ୍‌ଏସି କନିଷ୍ଠଯନ୍ତ୍ରୀ ପଞ୍ଚାନନ ସେଠୀ, ବିଦ୍ୟାଳୟ ଶିକ୍ଷାକମିଟିର ସଭାପତି ସେକ୍ ଜାଫର ଅଲ୍ଳୀ, ଏସ୍‌ଏମ୍‌ଡ଼ିସିର ଚେୟାରପରର୍ସନ ମହେଶ୍ୱର ସ୍ୱାଇ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତି ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ସରକାର ଅର୍ଥ ବିନିଯୋଗ କରିବା ସହ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରୀ, ଖେଳପଡ଼ିଆ ତଥା ଅନ୍ୟାନ୍ୟ ଶୈକ୍ଷିକ ବ୍ୟବସ୍ଥା କାର୍ଯ୍ୟାକାରୀ କରିବା ଉପରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଥିଲେ । ବିଇଓଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଏସ୍‌ଏମ୍‌ଡ଼ିସି, ଏସ୍‌ଏମ୍‌ସି ଚେୟାର ପରର୍ସନ ସମେତ ମୋସ୍କୁଲ ଅଭିଯାନର କର୍ମକର୍ତ୍ତା ପ୍ରଧାନ ଶିକ୍ଷକ ପ୍ରମୁଖଙ୍କୁ ନେଇ ଏକ ସପ୍ତାହ ମଧ୍ୟରେ ବୈଠକ ଡ଼ାକି ଆଲୋଚନା କରି ଏକ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଜିଲ୍ଳାପାଳ ଶ୍ରୀଦାସ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ପରିଚାଳନା କମିଟିସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତଥିଲେ । ତେବେ ବିଦ୍ୟାଳୟକୁ ପ୍ରଥମ ଦଫାରେ ୨୦ଲକ୍ଷଟଙ୍କା ପ୍ରଦାନ କରାଯାଇ ବିଭିନ୍ନ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଉକ୍ତ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତୀ ନିମନ୍ତେ ଯାହା ଆବଶ୍ୟକ ଅନୁଦାନ ପ୍ରଦାନ କରାଯିବବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ମଧ୍ୟ ପ୍ରତିସୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.