Home ଜିଲ୍ଲା ପରିକ୍ରମା ଚାରିଗାଁ- ଚକ୍ରାପାଢୀ ବିଜୁସେତୁ ଉଦଘାଟିତ, ପଞ୍ଚାୟତ ଗୃହର ଶିଳାନ୍ୟାସ, ମହିଳାଙ୍କ ବିନା ସମାଜର ଉନ୍ନତି ଅସମ୍ଭବ-...

ଚାରିଗାଁ- ଚକ୍ରାପାଢୀ ବିଜୁସେତୁ ଉଦଘାଟିତ, ପଞ୍ଚାୟତ ଗୃହର ଶିଳାନ୍ୟାସ, ମହିଳାଙ୍କ ବିନା ସମାଜର ଉନ୍ନତି ଅସମ୍ଭବ- ସାଂସଦ

31

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ଠାରେ ଆଜି ଚାରିଗାଁ-ଚକ୍ରାପାଢୀ ବିଜୁ ସେତୁର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଚାରିଗାଁ ପଞ୍ଚାୟତ ଗୃହର ଶିଳାନ୍ୟାସ କରିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । ପରେ ସ୍କୁଲ ପଡ଼ିଆରେ ଆୟୋଜିତ ସଭାକୁ ବ୍ଲକ ବିଜେଡ଼ି ସଭାପତି କମଳାକାନ୍ତ ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ସାଂସଦ ଶ୍ରୀମତୀ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମହିଳାମାନଙ୍କ ଉନ୍ନତି ବିନା ସମାଜର ଉନ୍ନତି ଅସମ୍ଭବ, ତେଣୁ ବିଜୁବାବୁ ମହିଳାମାନଙ୍କ ଉନ୍ନତି ପାଇଁ ନାରୀକୁ ସମ୍ମାନ ଗାଁକୁ କାମ ସ୍ଲୋଗାନ ଆରମ୍ଭ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ନବୀନ ବାବୁ ମିଶନ ଶକ୍ତି ଗଠନ କରି ଲକ୍ଷଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି । ସମ୍ମାନିତ ଅତିଥି ବିଧାୟକ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ସ୍ଥାନୀୟ ଅଞ୍ଚଳରେ ଡ଼ଃ ମହତାବଙ୍କ ଯୋଗୁଁ ସାଳନ୍ଦୀ ନଦୀ ଉପରେ ଏକ ବୃହତ ସେତୁ ନିର୍ମାଣ ହୋଇଥିଲା । ତେବେ ଲୋକମାନଙ୍କ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ବିଜୁ ସେତୁ ଯୋଜନାରେ ଚାରିଗାଁ-ଚକ୍ରାପାଢୀ ପୋଲକୁ ଆଜି ଶୁଭଉଦଘାଟନ କରାଯାଇଥିବା ବେଳେ ନରିପୁର, ଶ୍ରୀରାମପୁର, ହଳଦୀପହଣି ପୋଲ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନବୀନ ସରକାରର ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବଡ଼ ପଦକ୍ଷେପ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ରବି ଦାସ, ସଭ୍ୟା ରେବତୀ ନାୟକ, ବିଡ଼ିଓ ରେବେକା ବିଲୁଙ୍ଗ, ସ୍ଥାନୀୟ ସରପଞ୍ଚ ବନମାଳୀ ବେହେରା, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ ପ୍ରମୁଖ ନବୀନ ସରକାରର ଜନହିତକର କାର୍ଯ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ବଳାରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ବାଙ୍କ ବିହାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାକ୍ତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯୁବନେତା ଧରଣୀଧର ପୃଷ୍ଟି, ଜ୍ୟୋତିଶଙ୍କର ପଣ୍ଡା, ଦୟାନିଧି କର, ରମେଶ ବୈଶାଖ, ପର୍ଶୁରାମ ପାଣିଗ୍ରାହୀ, ଜୟଦେବ ସାହୁ, ଧୀରେନ ଭୋଳ, ଭାଗବତ ସାହୁ, ବାବାଜି ଚରଣ ଜେନା, ରାଜେନ୍ଦ୍ର ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.