Home ଜିଲ୍ଲା ପରିକ୍ରମା କୋଭିଡ ହସପିଟାଲ ରେ ନିମ୍ମମାନର ଖାଦ୍ୟ ଯୋଗାଣ ଅଭିଯୋଗ

କୋଭିଡ ହସପିଟାଲ ରେ ନିମ୍ମମାନର ଖାଦ୍ୟ ଯୋଗାଣ ଅଭିଯୋଗ

56

ମାଲକାନଗିରି,୧୦ା୫ (ଓଡିଆ ପୁଅ ) କୋଭିଡ ହସପିଟାଲ ଓ କେୟାର ସେଟଂର ରେ ଦରସିଜା ଓ ନିମ୍ମମାନର ଖାଦ୍ୟ ପରିବେଷଣ କରାଯାଉଥିବାର ଅଭିଯୋଗ ଆସିବାପରେ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ କୋଭିଡ ହସପିଟାଲରେ ଚିକିତ୍ସା ହେଉଥିବା ମାଲକାନଗିରିର ଯୁବ ସାମ୍ବାଦିକା ଜୟନ୍ତୀବୁରୁଦା କୋଭିଡ ହସପିଟାଲ ଓ କେୟାସେଟଂରରେ ପରିଚାଳନାଗତ ତୃଟି ଓ ନିମ୍ମମାନର ଦରସିଜା ଖାଦ୍ୟପରିବେଷଣ ସଂପର୍କରେ ଅଭିଯୋଗ କରି ଆଜି ଏକ ଭିଡିଓ ମାଧ୍ୟମରେ ଗଣମାଧ୍ୟମକୁ ଜଣାଇଛନ୍ତି । କରୋନା ଆକ୍ର୍‌ାନ୍ତ ଙ୍କୁ ଯୋଗାଇଦିଆ ଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ମମାନର ହୋଇଥିବାରୁ କରୋନା ରୋଗୀ ସୁସ୍ଥ ହେବାବଦଳରେ ଖାଦ୍ୟଅଭାବରୁ ସେମାନେ ଅଧିକ ଅସୁସ୍ଥ ହେବାର ସମ୍ବାବନା ରହିଛି, ଏହି ଖାଦ୍ୟ କରୋନା ଆକ୍ରାନ୍ତ ମାନେ ଖାଇବାସହିତ ସେଠାରେ କାର୍ଯ୍ୟରତ ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଖାଉଛନ୍ତି । ସେମାନେ ସରକାରି କର୍ମଚାରୀ ହୋଇଥିବାରୁ କେହି ପାଟିଫିଟାଉ ନଥିଲେ କି ବିଲେଇ ବେକରେ କିଏ ଘଟିଂବାନ୍ଧିବ ସେନେଇ ଚିନ୍ତିତ ହୋଇପଡିଥିବା ବେଳେ ଜଣେ ଯୁବସାମ୍ବାଦିକା ଜୟନ୍ତୀ ଏହି ନିମ୍ମମାନର ଖାଦ୍ୟ ଖାଇ ବାପରେ ସଙ୍ଗେ ସଙ୍ଗେ ଜିଲ୍ଲାପ୍ରଶାସନ ଓ ଗଣମାଧ୍ୟମକୁ ଜଣାଇଛନ୍ତି । ଏ ସଂପର୍କରେ ଜିଲ୍ଲାପ୍ରଶାସନ ଜାଣିବା ପରେ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଙ୍କ ନିର୍ଦ୍ଦେଶ କ୍ରମେ ସଙ୍ଗେ ସଙ୍ଗେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମଗଠନ କରାଯାଇଛି । ଏହି ଟିମ ଆଜି ଜିଲ୍ଲାସଦର ମହକୁମା କୋଭିଡ ହସପିଟାଲ ଓ ବିଇଡି କଲେଜ କୋଭିଡ କେୟାର ସେଟଂର କୁ ପରିଦର୍ଶନକରି ସେଠାରେ ଖାଦ୍ୟରମାନ ନିର୍ଦ୍ଦାରଣକରିଛନ୍ତି । ସେଠାରେ ଖାଦ୍ୟ ଯୋଗାଣ ଦାଇତ୍ୱରେ ଥିବା ମହିଳା ଏସଏଚଜି ଗୃପ ଙ୍କୁ ନିମ୍ମମାନର ଖାଦ୍ୟ ପରିବେଷଣ ସଂପର୍କରେ କୈଫତ ମଗାଯାଇଛି, ଏହି ଦୁଇଟି ସ୍ଥାନରେ କମ ସଂଖ୍ୟକ କୋଭିଡ ଆକ୍ରାନ୍ତ ରୋଗି ରହୁଥିବାରୁ ଗୋଟିଏ ମହିଳାସ୍ୱୟଂସହାୟକ ଗୋଷ୍ଠିଙ୍କୁ ଖାଦ୍ୟ ରନ୍ଧା ଓ ଯୋଗାଣର ଦାଇତ୍ୱ ଦିଆଯାଇଥିଲା , ଆଜି ଠାରୁ ଏହାର ଦାଇତ୍ୱ ଦୁଇଟି ଗୃପଙ୍କୁ ଦିଆଯିବ । ସେମାନେ ଯେପରି ଉତମ ମାନର ସୁଷମ ଖାଦ୍ୟଯୋଗାଇ ବେ ସେଥିପ୍ରତି ସେମାନଙ୍କୁ ତାଗିଦ କରାଯାଇଛି ଓ ଯୋଗା ଯାଉଥିବା ଖାଦ୍ୟର ମାନ କୁ ଜିଲ୍ଲାପ୍ରଶାନ ପକ୍ଷରୁ ତଦାରଖ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୁଚନା ଦେଇଛନ୍ତି ।
ସମଗ୍ର ବିଶ୍ୱରେ କରୋନା ମହାମାରିର ରୂପନେଇ କାୟାବିସ୍ତାର କରିଚାଲିଥିବା ସମୟରେ ଜନସାଧରଣ ଏହାର ପ୍ରକୋପରେ ଡହଳବିକଳ ହେଉଥିବା ବେଳେ ଏହାର ସୁଯୋଗ ନେଇ କିଛି ସରକାରି କର୍ମଚାରୀ ଓ ଲାଭଖୋର ବ୍ୟବସାୟୀ ଫାଇଦା ଉଠାଉଛନ୍ତି । କିଏ କୋଭିଡ ହସପିଟାଲକୁ ନିମ୍ମମାନର ଖାଦ୍ୟ ଓ ଅନ୍ୟାନ ସାମଗ୍ରୀ ଯୋଗାଇ ଲାଭ ଉଠାଇଲେଣିତ ଆଉକିଛି ବ୍ୟବସାୟୀ କରୋନା ନାମରେ ଅତ୍ୟାବଶ୍ୟକିୟ ସାମଗ୍ରୀର ଦରଦାମ ତିନିଗୁଣାବଢାଇ ସାଧରଣ ଗ୍ରାହକମାନଙ୍କୁ ଶୋଷଣ କଲେଣି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.