Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ଓ ଏନ୍‌ଏସି ଅଂଚଳରେ ସରକାରଙ୍କ ଗାଇଡ଼ଲାଇନ୍‌ରେ କାଳୀପୂଜା

ଧାମନଗର ବ୍ଲକ ଓ ଏନ୍‌ଏସି ଅଂଚଳରେ ସରକାରଙ୍କ ଗାଇଡ଼ଲାଇନ୍‌ରେ କାଳୀପୂଜା

27

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଓ ଏନ୍‌ଏସି ଅଂଚଳର ଧାମନଗର ବଡ଼ବଜାର, ବ୍ଲକବଜାର, ଭଗବାନପୁର, ଦୋବଲ, ଧୁଷୁରୀ, ବ୍ରାହ୍ମଣୀପାଳ ଇତ୍ୟାଦି ସ୍ଥାନରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଇଛି । ଗତ ଗୁରୁବାର ରାତିରୁ କାଳୀପୂଜା ଆରମ୍ଭ ହୋଇଛି । ସରକାରଙ୍କ ଗାଇନ୍‌ଲାଇନ୍ ଅନୁସାରେ ଖୁବ୍ କମ୍ ଲୋକଙ୍କ ମଧ୍ୟରେ ମଣ୍ଡପ ଗୁଡିକରେ ପୂଜା କରାଯିବା ସହ ମା’ଙ୍କ ଆବାହନ ଓ ଚକ୍ଷୁଦାନ କରାଯାଇଛି । ସାଜସଜ୍ଜା ଓ ତୋରଣ ଇତ୍ୟାଦି ମଣ୍ଡପ ମାନଙ୍କରେ ନାହିଁ । ସରକାରଙ୍କ କଟକଣା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଏକ ପ୍ରକାର ନାହିଁ କହିଲେ ଚଳେ । କାର୍ତ୍ତିକ ଅମାବାସ୍ୟା ହେତୁ ପ୍ରତି ଘରେ ସନ୍ଧ୍ୟାକାଳରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ପୟାଶ୍ରଦ୍ଧା କରାଯାଇଥିଲା । ସହର ଠାରୁ ଗ୍ରାମ ଯାଏ ଘର ଓ ମନ୍ଦିର ମାନ ଆଲୋକ ସଜାରେ ଝଲମଲ ହୋଇଥିଲା । ରାତ୍ରରେ ଆଲୋକର ପର୍ବ ଦୀପାବଳୀର ଉଜ୍ଜ୍ୱଳ ଆଲୋକ ମଧ୍ୟରେ ପିତୃ ପୁରୁଷଙ୍କୁ ବିଦାୟ ଦିଆଯାଇଥିଲା । ମାତ୍ର ଏସବୁ ପରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ସରକାରଙ୍କ ଗାଇଡ଼୍‌ଲାଇନକୁ ମାନିଲେନି ଅମାନିଆ । ଗ୍ରୀନ କ୍ରାକରକୁ ସରକାର ଅନୁମତି ଦେଇଥିଲେ ମଧ୍ୟ କେଉଁଠି ବି ଦୋକାନ ଖୋଲିନଥିଲା । ଅନେକ ଅଂଚଳରେ ଚୋରାରେ ବାଣ କାରବାର ହୋଇଥିଲା । ଲୋକେ ଏହି ବାଣକୁ କିଣିଥିଲେ, ଏହାପରେ ମନଇଚ୍ଛା ବାଣ ଫୁଟାଇଥିଲେ । ବିଭିନ୍ନ ପ୍ରକାର ବାଣ ଫୁଟାଇ ପରିବେଶ ଓ ବାୟୁମଣ୍ଡଳକୁ ପ୍ରଦୁଷିତ କଲେ । ଠୋ ଠା କର୍କଶ ଶବ୍ଦରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦୁଲୁକିଲା ଗ୍ରାମ ଓ ସହର । ସରକାରଙ୍କ ପକ୍ଷରୁ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଧାମନଗର ଆଇଆଇସି ପ୍ରଦୀପ ମହନ୍ତ ଓ ଧୁଷୁରୀ ଆଇଆଇସି ପ୍ରଫୁଲ୍ଲ ସିଂ ଙ୍କ ତତ୍ୱାବଧାନରେ ତିକ୍ଷ୍ଣ ନଜର ରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.