Home ଜିଲ୍ଲା ପରିକ୍ରମା କଟକଣା ଯୋଗୁଁ ଭଦ୍ରକର ଐତିହାସିକ କାଳୀପୂଜା ଫିକା, ମା’ ଭଦ୍ରକାଳୀଙ୍କ ବେଦମାତା ଓ ମହାକାଳୀ ବେଶ

କଟକଣା ଯୋଗୁଁ ଭଦ୍ରକର ଐତିହାସିକ କାଳୀପୂଜା ଫିକା, ମା’ ଭଦ୍ରକାଳୀଙ୍କ ବେଦମାତା ଓ ମହାକାଳୀ ବେଶ

34

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହାସିକ କାଳୀପୂଜା ଗତକାଲି ରାତିରୁ ଆରମ୍ଭ ହୋଇଛି । ଏହା ୭ ଦିନରୁ ୯ ଦିନ ପର୍ଯ୍ୟନ୍ତ ବେଶ୍ ଧୁମ୍‌ଧାମରେ ଚାଲିବ । ମାତ୍ର କରୋନା କଟକଣା ଯୋଗୁଁ ଏହି ପୂଜାରେ ସରକାରୀ ଗାଇଡ୍ ଲାଇନ୍‌ର ରୋକ୍ ଲାଗିଛି । ସେହିପରି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କର ସପ୍ତମାତୃକା ପୂଜା ଆରମ୍ଭ ହୋଇଛି । ମା’ ସପ୍ତମାତୃକା ବେଶର ସାତ ଦିନରେ ସାତୋଟି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଗତକାଲି ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଇଥିବାବେଳେ ଆଜି ଦ୍ୱିତୀୟ ଦିନରେ ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମା’ ଭଦ୍ରକାଳୀ ସବୁଦିନ ଶାନ୍ତ ରୂପେ ଦର୍ଶନ ଦେଉଥିବାବେଳେ ଆଜି ଉଗ୍ରରୂପା ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ସେ ଶତୃଙ୍କୁ ସଂହାର କରିବା ପାଇଁ ଏହି ବେଶ ଧାରଣ କରିଥାନ୍ତି । ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ପ୍ରତ୍ୟେକଦିନ ମା’ ଶାନ୍ତକାଳୀ ରୂପେ ଦର୍ଶନ ଦେଉଥିବାବେଳେ ଆଜିର ବେଶରେ ମା’ ଉଗ୍ରା ରୂପା ହୋଇ ମହାକାଳୀ ବେଶ ଧାରଣ କରନ୍ତି । କରୋନା କଟକଣା ଯୋଗୁଁ ବହୁ ଭକ୍ତ ନିକଟ ଦର୍ଶନ ଓ ପୂଜାରୁ ବଂଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.