Home Top News ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ପୁରୀଠାରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳିତ

ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ପୁରୀଠାରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳିତ

34

ପୁରୀ ୨୫-୧୧ (ଓଡ଼ିଆ ପୁଅ) ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ବିଭାଗ ଆନୁକୂଲ୍ୟରେ ଭାରତୀୟ ଖାଦ୍ୟ ନିଗମ, ଭୁବନେଶ୍ୱର ମଣ୍ଡଳ ଦ୍ୱାରା ‘ଆଜାଦି କା ଅମୃତ ମହୋତ୍ସବ’ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ତା.୨୪.୧୧.୨୧ରିଖ ଦିନ ପାଳିତ ହୋଇଯାଇଛି। ଭାରତୀୟ ଖାଦ୍ୟ ନିଗମର ଭୁବନେଶ୍ୱର ମଣ୍ଡଳ ପ୍ରବନ୍ଧକ ଶ୍ରୀ ରାମଫୁଲ ମୀନା ଏହି ସଭାରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥିରୂପେ ପୁରୀର ମାନ୍ୟବର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦାନ କରିଥିଲେ।ଏହି ସଭାରେ ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ କୃଷି ଓ ଖାଦ୍ୟ ଉତ୍ପାଦନରେ ହୋଇଥିବା ପ୍ରଗତି ବିଷୟରେ ଆଲୋଚନା ହେବା ସହ ଏଥିରେ ଭାରତୀୟ ଖାଦ୍ୟ ନିଗମର ଉଲ୍ଲେଖନୀୟ ଭୂମିକା ଓ ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।ଦେଶର କୃଷକମାନଙ୍କୁ ଧାନ ଓ ଗହମ ନିମନ୍ତେ ସର୍ବନିମ୍ନ ମୂଲ୍ୟ ପ୍ରଦାନ ସହ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଉନ୍ନତମାନର ଚାଉଳ ଓ ଗହମ ଯୋଗାଣକାର୍ଯ୍ୟ ନିମନ୍ତେ ଭାରତୀୟ ଖାଦ୍ୟ ନିଗମ କିପରି ସାରା ଦେଶରେ କାର୍ଯ୍ୟ କରୁଛି ଏବଂ ଗତାନୁଗତିକ ଆବଶ୍ୟକତା ସହ ଜରୁରୀକାଳୀନ ପରିସ୍ଥିତି ନିମନ୍ତେ କିପରି ଖାଦ୍ୟ ସଂରକ୍ଷଣ ଵ୍ୟବସ୍ଥା କରାଯାଉଛି, ସେ ସମ୍ବନ୍ଧିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ବିଭାଗୀୟ ଅଧିକାରୀଙ୍କଦ୍ୱାରା ପ୍ରଦର୍ଶନ କରାଯାଇଥିଲା।ମୁଖ୍ୟ ଅତିଥି ଖାଦ୍ୟର ଗୁରୁତ୍ୱ ଏବଂ ଏହାର ସୁପରିଚାଳନା ନିମନ୍ତେ ନିୟୋଜିତ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ଆଲୋଚନା କରିଥିଲେ।ଏହି ସଭାରେ ସମ୍ମାନିତ ଅତିଥିରୁପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ନାଥଶର୍ମା ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟ ଅତିଥିଙ୍କ ମଧରେ ସ୍ଥାନୀୟ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ ହୋତା ଯୋଗଦାନ କରିଥିଲେ।

ଭାରତୀୟ ଖାଦ୍ୟ ନିଗମ, ଭୁବନେଶ୍ୱର ମଣ୍ଡଳର ଶ୍ରୀ ଇନ୍ଦ୍ରଜିତ, ସହ ଗୁଣବତ୍ତା ପ୍ରବନ୍ଧକ, ଶ୍ରୀ ଚରଣ ସାହୁ, ପ୍ରବନ୍ଧକ(ଗୁଣବତ୍ତା)ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ବୈଷୟିକ ସହାୟକ ଯୋଗଦାନ କରିଥିଲେ।

ସଭାରେ କୃଷକଙ୍କ ପ୍ରତିନିଧି ରୂପେ ଶ୍ରୀ ଅଶୋକ କୁମାର ପ୍ରଧାନ, ଶ୍ରୀ ଧରଣୀଧର ସାହୁ ଓ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ ଏବଂ ବିଭାଗୀୟ କର୍ମଚାରୀ ଓ ହିତାଧିକାରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।ସଭାକୁ ଭାରତୀୟ ଖାଦ୍ୟ ନିଗମ ତରଫରୁ ଶ୍ରୀ ମନୋଜ କୁମାର ସେଠୀ, ପରିଚାଳନା ପ୍ରବନ୍ଧକ ପରିଚାଳନା କରିଥିଲେ ଏବଂ ସଭା ଶେଷରେ ସମସ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.