Home ଜିଲ୍ଲା ପରିକ୍ରମା ଧାମନଗର ବିଡ଼ିଓ ସାଧାରଣ ଲୋକ ଓ ଗଣତନ୍ତ୍ରକୁ ସମ୍ମାନ ଦେଉନାହାନ୍ତି: ବିଜେପିର ଅଭିଯୋଗ

ଧାମନଗର ବିଡ଼ିଓ ସାଧାରଣ ଲୋକ ଓ ଗଣତନ୍ତ୍ରକୁ ସମ୍ମାନ ଦେଉନାହାନ୍ତି: ବିଜେପିର ଅଭିଯୋଗ

55

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଧାମନଗର ବିଡିଓ ସ୍ଥାନୀୟ ଅଧ୍ୟକ୍ଷ ହାତବାରିଶୀ ସାଜି ବହୁ ଅନିୟମିତତା କାର୍ଯ୍ୟ କରୁଥିବା ସହ ବିଭିନ୍ନ ଯୋଜନା ବାବଦରେ ଆସୁଥିବା ଅର୍ଥର ପ୍ରକଳ୍ପ ଚିଠା ପ୍ରସ୍ତୁତି ଓ ବିନିଯୋଗରେ ପାତର ଅନ୍ତର କରୁଥିବାର ଅଭିଯୋଗ ହୋଇଛି । ପଂଚଦଶ ସିଏଫସି ବଂଟନରେ ଏକ ନିର୍ଦ୍ଦିଷ୍ଟ ଦଳ ସମର୍ଥିତ ଜନ ପ୍ରତିନିଧିଙ୍କୁ ଅଣଦେଖା ସହ ସରକାରୀ ଦଳ ସମର୍ଥିତ ପ୍ରତିନିଧି ଥିବା ପଂଚାୟତକୁ ଅଧିକ ଅର୍ଥ ପ୍ରଦାନ ସହ ବିନିଯୋଗର ସୁଯୋଗ ଦିଆଯାଉଛି । ଏ କ୍ଷେତ୍ରରେ ଧାମନଗର ବିଡିଓ ବ୍ଲକ ଅଧ୍ୟକ୍ଷଙ୍କ ଇଙ୍ଗିତରେ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ପନ୍ଥା ଅପଣେଇଛନ୍ତି । ଗ୍ରାମାଂଚଳରେ ବିଭିନ୍ନ ଉନ୍ନୟନ ଏବଂ ସ୍ୱଚ୍ଛ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅର୍ଥ ବଂଟନ କ୍ଷେତ୍ରରେ କିଛି ପଂଚାୟତର ଜନପ୍ରତିନିଧିଙ୍କୁ ଜଣାଯାଉନାହିଁ ।

ମହାମାରୀ କରୋନା ସମୟରେ ବିଭିନ୍ନ ପଂଚାୟତର ଟିଏମ୍‌ସି ଏବଂ ଖାଦ୍ୟ ପ୍ରସ୍ତୁତରେ ବ୍ୟାପକ ଅନିୟମିତତା, ବ୍ଲକରେ ଦୁଇ ଦୁଇଟି ଭଡ଼ାଗାଡ଼ି ବିନା ଟେଣ୍ଡରରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୁଯୋଗ ଦେବା ଯାହା ସମ୍ପୂର୍ଣ୍ଣ ବେଆଇନ ଓ ଅଗଣତାନ୍ତ୍ରିକ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପିର ନେତାମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ଆଗାମୀ ୧୫ଦିନ ମଧ୍ୟରେ ବିଡିଓ ଏକ ତରଫା ଓ ଅଣଦେଖା ନୀତି ଭଳି ଏ ସବୁ ପଦ୍ଧତିର ସୁଧାର ନଆଣିଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେପିର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ଆଜି ଅପରାହ୍ନରେ ଧାମନଗର ପିଡ଼ବ୍ଲ୍ୟଡ଼ି ଡାକବଙ୍ଗଳା ଠାରେ ବରିଷ୍ଠ ବିଜେପି ନେତା ଅଶୋକ କୁମାର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ, ବରିଷ୍ଠ ବିଜେପି ନେତା ଅରବିନ୍ଦ ପତି, ଦିପ୍ତୀ ରଂଜନ ଜେନା, ରାମଚନ୍ଦ୍ର ମିଶ୍ର, ଶ୍ରୀକାନ୍ତ ନାୟକ, ମିଡ଼ିଆସେଲ୍‌ର ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ ପ୍ରମୁଖ ଯୋଗଦେକ୍ୱର୍ତ୍ତମାନ ଧାମନଗର ବ୍ଲକରେ ଯେଉଁ ପ୍ରକାର ଅରାଜକତା ଦେଖାଦେଇଛି ଆଗାମୀ ଦୀନରେ ଭାରତୀୟ ଜନତାପାର୍ଟି ତା’ର ଉଚ୍ଚିତ ଯବାବ ଦେବବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଶେଷରେ ବିଜେପି ନେତା ଅଜୟ ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.