Home ଜିଲ୍ଲା ପରିକ୍ରମା ବିଜେଡି ରାଲି ପାଇଁ ଅଟକିଲା ଆମ୍ବୁଲାନ୍ସ

ବିଜେଡି ରାଲି ପାଇଁ ଅଟକିଲା ଆମ୍ବୁଲାନ୍ସ

77

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ବିଜେଡି ପକ୍ଷରୁ ଏକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ଏବଂ ମିଶ୍ରଣ ପର୍ବ ପାଇଁ ବିଜେଡିର ଏକ ରାଲି ଧାମରାରୁ ବାହାରି ନରସିଂହପୁର,ଜାଗୁଳା ହୋଇ ଧାମରାଇ ମନ୍ଦିର ନିକଟକୁ ଯାଇଥିଲା । ଏହି ସମୟରେ ଧାମରା ନରସିଂହପୁର ଠାରୁ ଅତ୍ୟାବଶକୀୟ ସେବା ଯୋଗାଇବା ପାଇଁ ଡିପିସିଏଲ (ଆଦାନୀ)କମ୍ପାନୀର ଏକ ଆମ୍ବୁଲାନ୍ସ ଦୋସିଙ୍ଗା ଅଭିମୁଖେ ଆସୁଥିବା ବେଳେ ଧାମରା ତାରିଣୀ ଛକ ଠାରେ ଏହି ରାଲିକୁ ବାଟ ଛାଡିବା ପାଇଁ ଅଟକିବାକୁ ପଡିଥିଲା । ଏହି ରାଲିର ସମସ୍ତ ମଟର ସାଇକେଲ ଧାମରା ବଜାର ପାଶ କରିବା ପରେ ପୁନଶ୍ଚ ଏହି ଆମ୍ବୁଲାନ୍ସ ତାର ଲକ୍ଷ୍ୟସ୍ଥଳରେ ଅଗ୍ରସର ହେବାକୁ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.