Home ଜିଲ୍ଲା ପରିକ୍ରମା ଜିଲ୍ଳାପାଳଙ୍କ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ, ପରିବେଶ ସଫାସୁତୁରା ନଥିବାରୁ ଜିଲ୍ଳାପାଳ ଅସନ୍ତୋଷ

ଜିଲ୍ଳାପାଳଙ୍କ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ, ପରିବେଶ ସଫାସୁତୁରା ନଥିବାରୁ ଜିଲ୍ଳାପାଳ ଅସନ୍ତୋଷ

109

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝି ନୂଆକରି ଜିଲ୍ଳାପାଳ ଭାବେ ଦାୟିତ୍ୱ ନେବାପରେ ଆଜି ଅଚାନକ ଭାବେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ଥାନୀୟ ବରିଷ୍ଠ ନାଗରିକ ପରିଷଦ ପୂର୍ବରୁ ଧାମନଗର ଡ଼ାକ୍ତର ଖାନାରେ ଡାକ୍ତର ଅଭାବ ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ନୂତନ ଜିଲ୍ଳାପାଳ ଆଜି ସନ୍ଧ୍ୟାରେ ହଟାତ୍ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦୀପକ ନାୟକଙ୍କ ସହ ଜିଲ୍ଳାପାଳ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାନଛେପ, ବିଭିନ୍ନ ଜରି ପଡ଼ିଥିବାର ଜିଲ୍ଳାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରକାଶ ଥଶଉକି ସ୍ୱାସ୍ଥ୍ୟକେନ୍ଦ୍ରର ସଫା ସୁତୁରା ରଖିବାପାଇଁ ୬ଜଣ ଅସ୍ଥାୟୀ କର୍ମଚାରୀ ଥିବାବେଳେ ସୁପରଭାଇଜର ମାତ୍ର ଦୁଇଜଣ କର୍ମଚାରୀଙ୍କୁ ରଖି ଏହି ସଫାସୁତୁରା କରୁଥିବାରୁ ପରିବେଶ ଠିକ୍ ଭାବରେ ସଫାସୁତୁରା ରହୁନାହିଁ । ଅପର ପକ୍ଷରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଖୂବ୍ ଶୀଘ୍ର ଡ଼ାକ୍ତର ଯୋଗାଇ ଦେବାସହିତ ଉନ୍ନତମାନର ସେବା ଯୋଗାଇ ଦିଆଯିବବୋଲି ଜିଲ୍ଳାପାଳ ଶ୍ରୀ ମାଝି କହିଥିଲେ । ଜିଲ୍ଳାପାଳଙ୍କୁ ଡ଼ାକ୍ତରଖାନାର ସ୍ୱାସ୍ଥ୍ୟସେବା ଓ ଡ଼ାକ୍ତର ନିଯୁକ୍ତି ପାଇଁ ନଗରସଭାପତି ସୁଶାନ୍ତ କୁମାର ରାଉତ ନିବେଦନ କରିଥିଲେ । ଏହି ଗସ୍ତପୂର୍ବରୁ ଧାମନଗର ସରକାରୀ ହାଇସ୍କୁଲର ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଓ ଧାମନଗର ଏନ୍‌ଏସିର ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.