Home ଓଡ଼ିଶା ଧାମନଗର ବିଧାନସଭା ଉପ-ନିର୍ବାଚନ, ବିଜେଡ଼ି ଓ କଂଗ୍ରେସର ପ୍ରାର୍ଥୀ ପାଇଁ ନେତାଙ୍କ ବୈଠକ

ଧାମନଗର ବିଧାନସଭା ଉପ-ନିର୍ବାଚନ, ବିଜେଡ଼ି ଓ କଂଗ୍ରେସର ପ୍ରାର୍ଥୀ ପାଇଁ ନେତାଙ୍କ ବୈଠକ

106

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ମାସ ୩ତାରିଖରେ ହେବାକୁ ଥିବାବେଳେ ବିଜେପିରୁ ୧ମାତ୍ର ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ସେଠୀଙ୍କ ନାମ ଦଳ ଘୋଷଣା କରିଥିବାବେଳେ ବିଜେଡ଼ି ଓ କଂଗ୍ରେସର ପ୍ରାର୍ଥୀ ଏଯାଏ ଘୋଷଣା ହୋଇନାହିଁ। ଆଜି ମନ୍ତ୍ରୀ ପ୍ରିତିରଂଜନ ଘଡ଼ାଇ ଧାମନଗର ବ୍ଲକର କଲ୍ୟାଣୀ ପଂଚାୟତରେ ବିଜୁ ଜନତାଦଳର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ଯୋଗଦେଇ ଚଳିତମାସ ୧୦ତାରିଖରେ ଧାମନଗର ଜୋନ୍‌ର ହେବାକୁଥିବା ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଲୋକମାନଙ୍କ ପାଖରେ ପହଂଚିବା ସହ ଠିକ୍ ଭାବରେ ଲୋକମାନେ ତା’ର ସୁ ବ୍ୟବହାର ଓ ବିନିଯୋଗ କରିବା ନେଇ ଏହାର ମୁଖ୍ୟ ଲକ୍ଷବୋଲି ମନ୍ତ୍ରୀ ଶ୍ରୀ ଘଡା଼ଇ ସୂଚନା ଦେଇଥିଲେ। ଅପରପକ୍ଷେ ନଭେମ୍ବର ମାସ ୩ତାରିଖରେ ହେବାକୁ ଥିବା ଧାମନଗର ବିଧାନସଭାର ଉପନିର୍ବାଚନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଯୁକ୍ତ ପ୍ରାର୍ଥୀକୁ ଧାମନଗର ପଠାଇବେ। ତେଣୁ ତାଙ୍କ ନିଷ୍ପତିକୁ ଦଳିୟ କର୍ମୀ ଗ୍ରହଣ କରିବେ ସେ ନେଇ ସମସ୍ତେ ଏକଜୁଟ୍ ହୋଇ ଦଳୀୟ ପ୍ରାର୍ଥୀକୁ ଜିତାଇବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକଙ୍କ ସଭାପତିତ୍ୱରେ ଧାମନଗର ବ୍ଲକ ପର୍ଯ୍ୟବେକ୍ଷକ ସରୋଜ କୁମାର ମହାପାତ୍ର୍ର, ବ୍ଳକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ଯୁବସଭାପତି ଭାରତବିଜୟ ଦଳାଇ, ଜିଲ୍ଳାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ନଗରସଭାପତି ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିପରି କଂଗ୍ରେସ ଦଳପକ୍ଷରୁ ଧୂଷୁରୀ ନିକଟସ୍ଥ ବାହାରବିଲ୍ ଠାରେ ଦଳୀୟ ପ୍ରାର୍ଥୀପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ରାଜ୍ୟ ପର୍ଯ୍ୟବେକ୍ଷକ ବିଜୟଲକ୍ଷ୍ମୀ ମହାପାତ୍ର, ସୁରେସ ମହାପାତ୍ର, ଚିନ୍ମୟୀ ବେହେରା ଓ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଯୋଗଦେଇ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମତାମତକୁ ନେଇ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବବୋଲି ପର୍ଯ୍ୟବେକ୍ଷକ ମାନେ ସୂଚନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ମୁରଲିଧର ଜେନା, ହୃଦାନନ୍ଦ ସେଠୀ, ବିଦ୍ୟାଧର ଜେନା, ବାବା ହରେକୃଷ୍ଣ ସେଠୀ, ନାରାୟଣଚନ୍ଦ୍ର ପାଢୀ, ନରେନ୍ଦ୍ର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.