Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ହନିଫ୍‌ଙ୍କ ୫୫ତମ ଶ୍ରାଦ୍ଧୋତ୍ସବ

ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ହନିଫ୍‌ଙ୍କ ୫୫ତମ ଶ୍ରାଦ୍ଧୋତ୍ସବ

69

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକ ମଲ୍ଳିକ ମଇଦାନ ଠାରେ ସ୍ୱାôଧନତା ସଂଗ୍ରାମୀ ମହମ୍ମଦ ହନିଫ୍‌ଙ୍କ ୫୫ତମ ଶ୍ରାଦ୍ଧୋତ୍ସବ ପୁରୁଣାବଜାର ମଲ୍ଲିକ ମଇଦାନ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକର ଗର୍ବ ଗୌରବ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ, ପ୍ରଥମ ରାଜ୍ୟସଭା ସଦସ୍ୟ, ପ୍ରଥମ ବିଧାୟକ ସ୍ୱର୍ଗତ ମହମ୍ମଦ ହନିଫ୍‌ଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ଅନୁଷ୍ଠିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସ୍ମୃତିଚାରଣ ସଭାରେ ଲଲାଟେନ୍ଦୁ ମହାନ୍ତି ପୌାରାହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ ଯୋଗ ଦେଇ ଭଦ୍ରକ ମାଟି ପାଇଁ ମହମ୍ମଦ ହନିଫ୍‌ଙ୍କ ଅବଦାନ, ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ଅମାୟିକ ମଣିଷ ପଣିଆ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସୁଧାକର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ହନିଫ୍ ସ୍ମୃତି କମିଟିର ସମ୍ପାଦକ ହାଜି ଅନୱର ହୋସେନ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଅସରଫ ଅଲି, ଚିନ୍ମୟ ସ୍ୱାଇଁ, ଅବଦୁଲ ମୁକିତ୍ ଖାଁ, ବସୁମିତ୍ରା ସାହୁ, ଜ୍ୟୋତି ପ୍ରକାଶ ମହାନ୍ତି, ସନାତନ ରାଉତ, ଆଫ୍ରିନ ଗଜଲ, ଆଶିଷ ପତି, ନାଜନିନ୍ କାଦ୍ରୀ, ହରିପ୍ରସାଦ ନନ୍ଦୀ, ଶରତ ମହାନ୍ତି, ଲକ୍ଷ୍ମୀକାନ୍ତ ବାରିକ, ହାଜି ବଦୁଲ କାସିମ୍ ପ୍ରମୁଖ ସ୍ୱର୍ଗତ ହନିଫ୍‌ଙ୍କ ସ୍ମୃତି ଚାରଣ କରିଥିଲେ। ବକ୍ତୃତା ପ୍ରତିଯୋଗିତାର ଜୁନିଅର ବିଭାଗର ପ୍ରତିଯୋଗିତାରେ ପ୍ରଥମ ନଗ୍‌ମା ବାସ୍‌ରୀ, ଦ୍ୱିତୀୟ ମହେକ କାଦ୍ରୀ, ତୃତୀୟ ରେଶମ ଖାତୁନ ହୋଇଥିବା ବେଳେ ସିନିୟର ବିଭାଗରେ ପ୍ରଥମ ସେକ ଶାହାଜାହାନ କାଦ୍ରୀ, ଦ୍ୱିତୀୟ ମୁସ୍କାନ ଖାତୁନ, ତୃତୀୟ ଆସିୟା ଖାତୁନ ପୁରସ୍ମାର ଗ୍ରହଣ କରିଥିଲେ। ପରିଶେଷରେ ଏସ୍‌.ଏମ୍‌. ଫାରୁକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ମୃତିସଭାରେ ମୁସ୍ତାକ ଗୌହର ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.