Home ଜିଲ୍ଲା ପରିକ୍ରମା ଧାମନଗର ବିଜ୍ଞାପିତ ଅଞ୍ଚଳରେ ୧୦୦କୋଟିରୁ ଉର୍ଦ୍ଧ୍ୱ ବ୍ୟୟରେ ହେବ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଜିଲ୍ଲାପାଳଙ୍କ କ୍ଷେତ୍ର...

ଧାମନଗର ବିଜ୍ଞାପିତ ଅଞ୍ଚଳରେ ୧୦୦କୋଟିରୁ ଉର୍ଦ୍ଧ୍ୱ ବ୍ୟୟରେ ହେବ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

35

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜ୍ଞାପିତ ଅଞ୍ଚଳର ନୂଆକରି ଗଢି ଉଠିଥିବାବେଳେ ୧୧ଟି ୱାର୍ଡ଼କୁ ନେଇ ଗଠିତ ଏହି ବିଜ୍ଞାପିତ ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ବିଜ୍ଞାପିତ ପରିଷଦକୁ ତତ୍‌କାଳିନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମ ଫଳରେ ୨୦୧୭ ମସିହାରେ ଏଠାରେ ଆରମ୍ଭ ହୋଇଥିଲା । ବିଭିନ୍ନ ଅଞ୍ଚଳକୁ ରାସ୍ତା, ପାନିୟ ଜଳ ଓ ଆଲୋକି କରଣ ବ୍ୟବସ୍ଥା କରାଯାଇଥିବାବେଳେ ଏବେ ଧାମନଗର ବିଜ୍ଞାପିତ ଅଞ୍ଚଳକୁ ଅଧିକ ସୁନ୍ଦର କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୦୦କୋଟି ଟଙ୍କାର ଏକ ମାଷ୍ଟର ପ୍ଲାନ କରାଯାଇଛି । ପ୍ରାଥମିକ ସ୍ତରରେ ଏବେ ଧାମନଗରରେ ଅତ୍ୟାଧୁନିକ ଶବଦାହ କେନ୍ଦ୍ର, ବସଷ୍ଟାଣ୍ଡ, ଇନ୍‌ଡ଼ୋର ହଲ୍‌, ସ୍ମାର୍ଟ ପାର୍କ ଏବଂ ଧାମନଗର ବିଜ୍ଞାପିତ ଅଞ୍ଚଳର ୧୧ଟି ୱାର୍ଡ଼ର ୧୧ଟି ସ୍ଥାନରେ ମିଶନ୍‌ଶକ୍ତି ଗୃହ ନିର୍ମାଣ କରାଯିବ । ଏନେଇ ଜିଲ୍ଲାପାଳ ଜ୍ଞାନଦାସ ଧାମନଗର ବିଜ୍ଞାପିତ ଅଞ୍ଚଳରେ ଉକ୍ତ କାର୍ଯ୍ୟପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଅରୁଣ ମହାପାତ୍ର ବିଭିନ୍ନ ସ୍ଥାନ ମଧ୍ୟ ବୁଲି ପରିଦର୍ଶନ କରିଛନ୍ତି ଏବଂ ଜିଲ୍ଳାପାଳଙ୍କ ଉପସ୍ଥିତିରେ ତହସିଲଦାର ରାଧାକାନ୍ତ ବାରିକ, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ଏବଂ ରାଜସ୍ୱନିରୀକ୍ଷକଙ୍କ ଦ୍ୱାରା କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଧାମନଗର ବିଜ୍ଞାପିତ ଅଞ୍ଚଳର ଦକ୍ଷୀଣବାଡ଼ ଠାରେ ୨ଏକର ଜାଗାରେ ବସଷ୍ଟାଣ୍ଡ, ବ୍ଲକବଜାର- ଚୁଡ଼ଶକୁଟି ରାସ୍ତାରେ ଇଣ୍ଡୋର ହଲ ଓ ସ୍ମାର୍ଟ ପାର୍କପାଇଁ ୨ଏକର ଏବଂ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ ଯେନାସାହି ନିକଟରେ ୨୦ଡ଼େସିମିଲ ଜାଗାରେ ଅତ୍ୟାଧୁନିକ ଶବଦାହ କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି । ପରବର୍ତ୍ତି ସମୟରେ ବିଭିନ୍ନ ଆଲୋଚନା ପରେ ସମ୍ପୁର୍ଣ୍ଣ ନିଷ୍ପତ୍ତି ନିଆଯିବବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.