Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଦୁଇବଖରା ଘର ଭଷ୍ମିଭୁତ

ଅଗ୍ନିକାଣ୍ଡରେ ଦୁଇବଖରା ଘର ଭଷ୍ମିଭୁତ

27

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମର ଗତକାଲି ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଅରୁଣ କୁମାର ରାଉତ, ଅଜୟ କୁମାର ରାଉତ ଓ ରାମଚନ୍ଦ୍ର ରାଉତଙ୍କର ଚାରିବଖରା ଘର ଭଷ୍ମିିଭୁତ ହୋଇଥିବାବେଳେ ୫ଟି ଛେଳି ଓ ଧାନଚାଉଳ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଧାମନଗର ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଂଚିବା ପୂର୍ବରୁ ସବୁ ପୋଡ଼ିଜଳି ପାଉଁଶ ହୋଇଯାଇଥିଲା । ଅଗ୍ନିବିପର୍ଣ୍ଣ ପରିବାର ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାସହ ଘର ମଧ୍ୟ ଯୋଗାଇ ଦେବାପାଇଁ ପୂର୍ବତନ ସରପଂଚ ବିଶ୍ୱରଂଜନ ଘଢାଇ ସ୍ଥାନୀୟ ବିଡ଼ିଓଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.