Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ପ୍ରଶିକ୍ଷକ କର୍ମଶାଳା ଅନୁଷ୍ଠିତ

ଜିଲାସ୍ତରୀୟ ପ୍ରଶିକ୍ଷକ କର୍ମଶାଳା ଅନୁଷ୍ଠିତ

25

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ସଂସ୍କୃତି ଭବନ ପରିସରରେ ଜିଲାର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷା ବ୍ୟବସ୍ଥାର ସର୍ଭେ କାର୍ଯ୍ୟ ନିମନ୍ତେ ନିଯୁକ୍ତ ପ୍ରଶିକ୍ଷକମାନଙ୍କର ଏକ ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଜିଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳମାନଙ୍କରୁ ଆସିଥିବା ମାଷ୍ଟର ଟ୍ରେନର ଭାବେ ବିଡିଓ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ସୁଭରଭାଇଜରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ମାଷ୍ଟର ଟ୍ରେନରମାନେ ସେମାନଙ୍କ ବ୍ଲକ ତଥା ପୌରାଞ୍ଚଳରେ ସର୍ଭେ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଇବେ । ଏହି ସର୍ଭେ କାର୍ଯ୍ୟ ମେ ୧ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଶିକ୍ଷଣ କର୍ମଶାଳାରେ ଅତିରିକ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଅତରିକ୍ତ ଉପଜିଲାପାଳ ମନୋରମା ଭୁୟାଁ ପ୍ରମୁଖ ଯୋଗ ଦେଇ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷିତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.