Home ଜିଲ୍ଲା ପରିକ୍ରମା ଧାମନଗର : ୮୦ଲିଟର ଚୋରାମଦ ଜବତ: ୩ଗିରଫ

ଧାମନଗର : ୮୦ଲିଟର ଚୋରାମଦ ଜବତ: ୩ଗିରଫ

47

ଧାମନଗର, ୧୭/୮(ଓଡ଼ିଆ ପୁଅ): କରୋନା ମହାମାରୀ ସମୟରେ ଧାମନଗର ଅଞ୍ଚଳରେ ଚୋରାମଦ ବେପାରୀଙ୍କ ପାଦୃଭାବ ବଢିଛି। ସହର ଠାରୁ ଗ୍ରାମାଞ୍ଚଳ ଯାଏ ଅଧିକାଂଶ ସ୍ଥାନ ଏହି ଚୋରାମଦ ବେପାରି ଖୋଲୁମ ଖୋଲା ମଦ କାରବାର କରୁଛନ୍ତି। ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଚୋରାମଦ ବିକ୍ରୀ ସମ୍ପର୍କରେ ସ୍ଥାନୀୟ ଲୋକ ବାରମ୍ବାର ପୋଲିସ ଓ ଅବକାରୀ ବିଭାଗଙ୍କ ନିକଟରେ ଦାବି କରିବାପରେ ଏବେ ଏହି ଦୁଇବିଭାଗ କିଛି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଶନିବାର ଦିନ ଅବକାରୀ ବିଭାଗ ପକ୍ଷରୁ ଆନନ୍ଦପୁର ପଞ୍ଚାୟତ ଠାରେ ଚଢାଉକରି ଜୟନ୍ତି ପୃଷ୍ଟିକୁ ଗିରଫ କରିବା ସହିତ ତାଭ୍‌କ ନିକଟରୁ ୨୦ଲିଟର ଦେଶୀ ଆସ୍କାଫଟିମଦ ଜବତ କରିଛି। ସେହିପରି ଧାମନଗର ଏନ୍‌ଏସି ଅଞ୍ଚଳର ଷଣ୍ଢ ଓରଫ ବାବାଜି ଜେନାଙ୍କ ନିକଟରୁ ୨୦ଲିଟର ଆସ୍କାଫଟି ମଦ ଜବତ କରିବାସହିତ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ସେହିପରି ଆଜି ଅସୁରାଳି ପଞ୍ଚାୟତ ହଂସପୁର ଗ୍ରାମରେ ଧୁଷୁରୀ ପୋଲିସ ଚଢଉ କରି ଭରତ ସାହୁକୁ ଗିରଫ କରିବା ସହିତ ତାଙ୍କ ନିକଟରେ ୪୦ଲିଟର ଚୋରାମଦ ଜବତ କରିଛି। ଏବେଇ ଅବକାରୀ ବିଭାଗ ଓ ଥାନାରେ ପୃଥକ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.