Home ଜିଲ୍ଲା ପରିକ୍ରମା କଲେଜ ଛାତ୍ରୀଙ୍କୁ କମେଣ୍ଟ କରି ୩ ଅସାମାଜିକ ଯୁବକ ଥାନାରେ ଅଟକ

କଲେଜ ଛାତ୍ରୀଙ୍କୁ କମେଣ୍ଟ କରି ୩ ଅସାମାଜିକ ଯୁବକ ଥାନାରେ ଅଟକ

59

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜ୍ଞାପିତ ଅଂଚଳର ହବିବିନଗର ଓ କଣ୍ଟାବଣିଆ ଗ୍ରାମର କିଛିଦିନ ହେବ କେତେକ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବରେ ସ୍ଥାନୀୟ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି କରିଛି । ଉକ୍ତ ଅଂଚଳର କେତେକ ବ୍ୟକ୍ତି ବାହାର ରାଜ୍ୟରୁ ଆସି ଏଠାରେ ରହି ସେମାନଙ୍କର କୌଣସି ପରିଚୟ ନଥିବାବେଳେ ବିଭିନ୍ନ ସମୟରେ ବିଭିନ୍ନ ଜିଲ୍ଳାରେ ଯାଇ ଚୋରି, ଡ଼କାୟତି ଓ ରାହାଜାନି ଇତ୍ୟାଦି କରୁଥିବାବେଳେ ନିକଟରେ ମଧ୍ୟ ଧଳା ଜହର କାରବାରରେ ପର୍ଦାଫାସ ହୋଇଥିଲା । ଏପରିକି ଲକ୍ଷ ଲକ୍ଷ ଟଙ୍କାର ଚୋରା ବ୍ୟାଟାରି କାରବାରର ଚୋରମାନେ ମଧ୍ୟ ଉକ୍ତ ଅଂଚଳରୁ ଗିରଫ ହୋଇଥିଲେ । ଏଠାରେ ମଧ୍ୟ ବିଭିନ୍ନ କବାଡ଼ିଆ ଦୋକାନ କରି ବହୁତ ବଡ଼ ବଡ଼ ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ତେବେ ଉକ୍ତ ଅଂଚଳର କେତେକ ଯୁବକ ମଧ୍ୟ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଥାଉକି ଧାମନଗର ବିଜ୍ଞାପିତ ଅଞ୍ଚଳର ଜୟନଗର ୩ନମ୍ବର ୱାର୍ଡ଼ରେ ଜଗବନ୍ଧୁ ଯେନାଙ୍କ ଝିଅ ମନ୍ଦାକିନି ଯେନା ବାରିକପୁର ସ୍ଥିତ ନୟନମଣୀ ମହାବିଦ୍ୟାଳୟରେ +୨ ପାଠ ପଢନ୍ତି । ସବୁଦିନପରି ଆଜି ନିଜ ଘରକୁ ଫେରୁଥିବାବେଳେ ଜୟନଗର ଗ୍ରାମ ନିକଟରେ ହବିବିନଗର ଓ କଣ୍ଟାବଣିଆ ଗ୍ରାମର ୩ଜଣ ସଂଖ୍ୟାଲଘୁ ଶ୍ରେଣୀର ଯୁବକ ମିରଜା କାଦରୀ(୧୪), ପିତା- ସେକ୍ ଫାରୁକ୍‌, ଜାହିର ହୋସେନ୍‌(୧୪) ପିତା- ସେକ୍ ଆସିକ୍‌, ସେକ୍ ସାରୁକ୍‌(୧୭) ପିତା- ସେକ୍ ଫା ରୁକ୍‌,ଉକ୍ତ ଛାତ୍ରୀକୁ ଅଶ୍ଳୀଳ ଇଙ୍ଗିତ କରିବା ସହ ତାକୁ ମନ୍ଦ ଉଦ୍ଦେଶ୍ୟରେ ଅଟକାଇଥିଲେ । ଏହି ସମୟରେ ଛାତ୍ରୀ ଜଣକ ଚିତ୍କାର କରିବା ଦେଖି ସ୍ଥାନୀୟ ଅଂଚଳର କେତେକ ଯୁବକ ଏହି ଘଟଣା ଘଟାଇଥିବା ତିନିଜଣ ଯୁବକକୁ କାବୁ କରିଥିଲେ । ପରେ ଧାମନଗର ଥାନାକୁ ଖବର ଦେବାପରେ ଥାନାଅଧିକାରୀ ପ୍ରଦୀପ କୁମାର ମହନ୍ତ, ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ ଓ ଷ୍ଟାପ ମାନେ ଘଟଣା ସ୍ଥଳରେ ପହଂଚି ଉକ୍ତ ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରିରଖିଛନ୍ତି । ସୂଚନା ଥାଉକି ଉକ୍ତ ଯୁବକମାନେ ପୂର୍ବରୁ ମଧ୍ୟ ଉକ୍ତ ଅଂଚଳର ମହିଳା ଓ ଝିଅ ମାନଙ୍କୁ ବିଭିନ୍ନ ସମୟରେ କମେଣ୍ଟ ମାରୁଥିବାର ସ୍ଥାନୀୟ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.