Home ଜିଲ୍ଲା ପରିକ୍ରମା ଧାମନଗର ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚୋରାମଦ ଜବତ

ଧାମନଗର ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚୋରାମଦ ଜବତ

52

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ପାହାଡପ଼ୁର, ଦେହୁଡ଼ିଆନନ୍ଦପୁର, ସୋଧ, ଦୋବଲ ଓ ଧାମନଗର ଅଂଚଳରେ ବ୍ୟାପକ ଚୋରାମଦ ବିକ୍ରୟ ହେଉଥିବାର ଖବରପାଇ ଧାମନଗର ଅବକାରୀ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଳାଦ ସାମଲ ସମେତ ଅନ୍ୟକର୍ମଚାରୀମାନେ ଉକ୍ତ ସ୍ଥାନମାନଙ୍କରେ ଚଢାଉକରି ବିପୁଳ ମଦ ଜବତ କରିଥିଲେ । ପାହଡ଼ପୁର ଗ୍ରାମର ଜୟନ୍ତୀ ପୃଷ୍ଟି, ଦେହୁଡ଼ିଆନନ୍ଦପୁର ଗ୍ରାମର ଭୀମସେନ ପତି, ସୋଧ ଗ୍ରାମର ପ୍ରତାପ ପତି ଏହି ଚୋରାମଦ ବିକ୍ରିୟ କରୁଥିବାବେଳେ ଅବକାରୀଥାନା ପକ୍ଷରୁ ସେମାନଙ୍କ ଠାରୁ ବିପୁଳ ମଦଜବତ କରିବା ସହିତ ଏହି ଚୋରାମଦ ବେପାରୀ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.