Home ଜିଲ୍ଲା ପରିକ୍ରମା ଧାମନଗର – ଛାତ୍ରୀକୁ ଅସଦାଚରଣ କରି ଶିକ୍ଷକ ଗଲେ ଜେଲ୍

ଧାମନଗର – ଛାତ୍ରୀକୁ ଅସଦାଚରଣ କରି ଶିକ୍ଷକ ଗଲେ ଜେଲ୍

63

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିିଷଦ ଅନ୍ତର୍ଗତ ମହାନ୍ତିସାହି ହିନ୍ଦୁ ପ୍ରାଥମିକ ବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ୧୪ବର୍ଷିୟା ସମ୍ପର୍କୀୟା ନାବାଳିକାକୁ ଅସଦାଚରଣ କରି କାର୍ଯ୍ୟରତ ଶିକ୍ଷକଙ୍କୁ ଧାମନଗର ପୋଲିସ ଗିରଫ କରି କୋର୍ଟଚାଲଣ କରିଥିବା ଜଣାଯାଇଛି । ଘଟଣାରୁ ଯାହା ଜଣାଯାଏ ଯେ ନାବାଳିକା ଜଣକ ସେହି ବିଦ୍ୟାଳୟର ଜଣେ ଛାତ୍ରୀ ଡ଼୍ରେସ ଆଣିବାପାଇଁ ଯାଇଥିବାବେଳେ ତାଙ୍କ ସହ ସ୍କୁଲକୁ ଯାଇଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଶିକ୍ଷକ ସେକ୍ ଅବଦୁଲ କାଲାମ ତାକୁ ଅସଦାଚରଣ କରିଥିଲେ । ଝିଅଟି କାନ୍ଦି କାନ୍ଦି ତା’ର ମା’କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ କରିବାରେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ଶିକ୍ଷକ ସମାଜ ପାଇଁ କଳଙ୍କ ସାଜିଥିବା ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଥିବା ଜଣାଯାଇଛି । ଧାମନଗର ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଏଭଳି ଘଟଣାର ଗୁରତ୍ୱ ଉପଲବ୍ଧି ପୂର୍ବକ ସ୍ଥାନୀୟ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ଥାନା କେସ ନଂ ୨୮୧/୨୧ ଦଫା ୩୪୧, ୩୫୪, ୩୫୪(କ), ୮ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିବା ସହ ଶିକ୍ଷକ ସେକ୍ ଅବଦୁଲ କାଲାମଙ୍କୁ କୋର୍ଟଚାଲାଣ କରି ଧାମନଗର ଥାନା ଆଇଆଇସି ପ୍ରଦୀପ ମହନ୍ତ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.