Home ଜିଲ୍ଲା ପରିକ୍ରମା ନାବାଳିକାକୁ ଦୁଷ୍କର୍ମ, ୨ ଗିରଫ

ନାବାଳିକାକୁ ଦୁଷ୍କର୍ମ, ୨ ଗିରଫ

83

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକା ନାବାଳିକାକୁ ଅପହରଣ କରି ଏକ ଆଶ୍ରମରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୨ଜଣ ଅଭିଯୁକ୍ତ ଗିରଫ ହେବା ସହ ଆଶ୍ରମ ମହାରାଜ କୌଶଳ କ୍ରମେ ପୁଲିସକୁ ଚକ୍‌ମା ଦେଖାଇ ଖସି ପଳାଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି;ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ଅଂଚଳର ଜନୈକା ନାବାଳିକା ସେହି ଗ୍ରାମର ଏକ ମନ୍ଦିରରେ ହେଉଥିବା ଏକ ଭଜନ ସମାରୋହକୁ ଯାଇଥିଲେ । ନାବାଳିକା ଘରକୁ ନ ଫେରିବାରୁ ପରିବାର ଲୋକେ ନାନାଦି ସ୍ଥାନ ଖୋଜାଖୋଜି କରି ପାଇନଥିଲେ । ଘଟଣାର ଦୁଇଦିନପରେ ନାବାଳିକା ଥାନାକୁ ଆସି ପୁରା ଘଟଣା କହିବା ସହ ତାଙ୍କ ମା’ ଥାନରେ ଏତଲା ଦେଇଥିଲେ । ଏ ସଂପର୍କରେ ଥାନା କେସ ନଂ ୨୩୯/୨୧ରେ ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ସୋର ଅଂଚଳରେ ଥିବା ଏକ ଆଶ୍ରମ ଉପରେ ପୁଲିସ ଅତର୍କିତ ଚଢାଉ କରି ଅଭିଯୁକ୍ତ ରମେଶ ମଣ୍ଡଳ ଓ ବିରଂଚି ପାଳଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ ସୁଦ୍ଧା ଆଶ୍ରମ ମହାରାଜ ପୁଲିସ୍ ଆଖିରେ ଧୂଳି ଦେଇ ଖସିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.