Home ଜିଲ୍ଲା ପରିକ୍ରମା କେହି ଶୁଣିଲେନି ଦୁଃଖ, ମାନସିକ ଆଘାତ ଓ ଅପମାନରେ ଫାଶି ଦେଇ ଯୁବତୀର ଆତ୍ମହତ୍ୟା

କେହି ଶୁଣିଲେନି ଦୁଃଖ, ମାନସିକ ଆଘାତ ଓ ଅପମାନରେ ଫାଶି ଦେଇ ଯୁବତୀର ଆତ୍ମହତ୍ୟା

109

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଥରେ ନୁହେଁ ଅଧେ ନୁହେଁ ଥାନାକୁ ୭ ଥର , ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଥରେ ଓ ଭଦ୍ରଲୋକଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ନିରାଶ ହେବା ପରେ ଶେଷରେ ନିରୁପାୟ ହୋଇ ଘରେ କେହି ନ ଥିବା ବେଳେ ଆତ୍ମହତ୍ୟା କରିବାକୁ ଆପଣେଇ ନେଇଛି ଚାନ୍ଦବାଲି ବ୍ଲକ ଧାମରା ଗ୍ରାମପଂଚାୟତ ଧାମରା ଗ୍ରାମର କୃଷ୍ଣ ମିସ୍ତ୍ରୀଙ୍କ ରୋଜଗାରିଆ ଝିଅ ଗୀତା (୧୭) । ଗରିବ ହରିଜନ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବାପାଙ୍କ ଦୁଃଖ ସହି ନ ପାରି ରାଜ୍ୟ ବାହାର ରାଜ୍ୟକୁ ଖଟିବାକୁ ଯାଉଥିବା ଗୀତା କୋଭିଡ ସମୟରେ ଘରକୁ ଫେରି ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ଘର ଡିହ ଭାଗ ବଂଟାକୁ କେନ୍ଦ୍ର କରି ବାପା ଦାଦାଙ୍କର କଳହ ଓ ମାରପିଟ ଦେଖି ମ୍ରିୟମାଣ ହୋଇପଡୁଥିଲା । ଅଧିକାଂଶ ସମୟରେ ବାପା ମାଛ ଧରା ବୋଟରେ ଶ୍ରମିକ ଭାବେ ସମୁଦ୍ର ମଧ୍ୟକୁ ଯାଉଥିବାରୁ ଘରେ ମା’ ସୁକାନ୍ତି ଏହି ସବୁ ସମସ୍ୟାରେ ଛନ୍ଦି ହୋଇ ପଡୁଥିଲେ । ବାରମ୍ବାର ଗ୍ରାମ ଭଦ୍ରଲୋକ ମାନଙ୍କ ମଧ୍ୟସ୍ଥତାରେ ସମସ୍ୟା ସମାଧାନ ହୋଇ ନ ପାରିବାରୁ ୭ ଥର ଧାମରା ଥାନାରେ ସୁକାନ୍ତି ଦ୍ୱାରସ୍ଥ ହୋଇ ପରିବାରକୁ ଦୁବୃର୍ତ୍ତଙ୍କ କବଳରୁ ରକ୍ଷା କରିବାକୁ ନିବେଦନ କରିଥିଲେ । ତେବେ ଥାନାରେ ସୁକାନ୍ତିର ଦ୍ୱାରସ୍ଥ କୁ ନେଇ ଅନ୍ୟ ଅଂଶଦାରମାନେ ସୁକାନ୍ତି, ଝିଅ ଗୀତା ଓ ଭିନ୍ନକ୍ଷମ ପୁତ୍ର ଚିପୁନ(୨୩) ନିସ୍ତୁମ ମାଡ ମାରିଥିବା ବେଳେ ଏ ନେଇ ସୁକାନ୍ତି ଓ କୃଷ୍ଣ ୧୭/୮/୨୦୨୧ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ସମାଧାନ ପାଇଁ ଏସପି ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କୁ ଦାୟିତ୍ୱ ଦେଇଥିବା ବେଳେ ବିଭିନ୍ନ ଆଳ ଦେଖାଇ ଥାନାଧିକାରୀ ଏହାକୁ ଅବହେଳା କରିଥିଲେ ।

ଶେଷରେ ପୁଲିସ୍‌ର ଅବହେଳା ଦୁର୍ବର୍ତ୍ତମାନଙ୍କୁ ସାହସ ଯୋଗାଇବା ଯୋଗୁ ସେମାନେ ସୁକାନ୍ତି,ଝିଅ ଗୀତା, ସ୍ୱାମୀ କୃଷ୍ଣ ଓ ଭିନ୍ନ କ୍ଷମ ପୁଅ ଚିପୁନକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଶେଷ ଥର ୩/୯/୨୦୨୧ ରିଖରେ ଧାମରା ଥାନାରେ ସୁକାନ୍ତି ଅନ୍ୟ ଅଂଶୀଦାର ଅମୂଲ୍ୟ, କାଙ୍ଗାଳୀ ଓ କିଣା ମିସ୍ତ୍ରୀଙ୍କ ନାମରେ ଧାମରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସଙ୍କ ପକ୍ଷରୁ କୌଣସି ତତ୍ପରତା ଦେଖା ଯାଇ ନ ଥିଲା କିମ୍ବା ବିପକ୍ଷ ଦଳକୁ କାହାକୁ ଗିରଫ କରାଯାଇନଥିଲା । ନିଜ ପରିବାରର ଦଃୁଖ, ବାପ ଭାଇ, ମା, ଓ ନିଜ ଉପରେ ମାଡ ହେବାର ମାନସୀକ ଆଘାତକୁ ସହି ନ ପାରି ଗତକାଲି ଘରେ ବାପ ମା’ ନ ଥିବା ବେଳେ ସୁକାନ୍ତି ଘରେ କବାଟ କିଳି ନିଜ ଆର୍ପ୍ରୋନ୍‌ରେ ଫାଶି ଲଗାଇ ଦେଇ ଥିଲେ । ପରେ ଭିନ୍ନକ୍ଷମ ଭାଇ ଚିପୁନ ଘରକୁ ଫେରି ଭଉଣୀ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅନ୍ୟ ମାନଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା । ଗତକାଲି ପୁଲିସ ଘଟଣା ସ୍ଥଳକୁ ଯାଇଥିବା ବେଳେ ସାଇଣ୍ଟିଫିକ୍ ଟିମ ଆସି ନ ପାରିବାରୁ ଆଜି ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ , ସାଇଣ୍ଟିଫି୍‌କ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଘର ଖୋଲା ହେବା ପରେ ଶବ ଓହ୍ଲାଯାଇଥିଲା ।ଏ ନେଇ ଧାମରା ଥାନାରେ କେଶ ନଂ ୯୩/୨୧ ମୂଳେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଥିଲା । ତେବେ ଘରୋଇ ଜମିବାଡି କଳିରୁ ଜଣେ ନାବାଳିକା ଫାଶୀ ଦେବାକୁ ଲୋକ ମାନେ ସହଜରେ ଗ୍ରହଣ କରି ପାରୁ ନ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣା ପଡିବ ବୋଲି ଏସଡିପିଓ ଶ୍ରୀ ପ୍ରତାପ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.