Home ଜିଲ୍ଲା ପରିକ୍ରମା ଧାମନଗର : କାଳୀ ମନ୍ଦିରରୁ ଚୋରି

ଧାମନଗର : କାଳୀ ମନ୍ଦିରରୁ ଚୋରି

29

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ବଜାରରେ ଥିବା ମା’ ଶ୍ୟାମାକାଳୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଧାମନଗର- ଦୋବଲ ରାସ୍ତାର ରାସ୍ତା କଡ଼ରେ ଦୋବଲ ବଜାରରେ ଥିବା ମା’ ଶ୍ୟାମାକାଳୀ ମନ୍ଦିରରେ ପଶି ମା’ଙ୍କର ରୂପାର ସିଂହାସନ ସମେତ କେତେକ ପୂଜା ସାମଗ୍ରୀ ଦୁଇଜଣ ଦୃର୍ବୁତ୍ତ ଚୋରିକରି ନେଇଥିବାର ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ଗତକାଲି ସଟ୍‌ଡ଼ାଉନ୍‌ର ସୁଯୋଗ ନେଇ ଦୃବୁର୍ତ୍ତ ମାନେ ମନ୍ଦିରର ତାଲାଭାଙ୍ଗି ଏହି ସମାଗ୍ରୀ ଚୋରି କରିଛନ୍ତି । ଦୃବୁର୍ତ୍ତମାନେ ଗଲାବଳେ ଏକ ହିରୋ ଗ୍ଲେମର ଗାଡ଼ି ବ୍ୟବହାର କରିଥିବାର ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ସେହି ପରି ଦୋବଲ କାଳୀ ପଡ଼ିଆରେ ଥିବା ହାଇୱାରୁ ୨ଟି ବ୍ୟାଟ୍ରିି ମଧ୍ୟ ଚୋରି ହୋଇଥିବାର ହାଇୱା ମାଲିକ ଧର୍ମପଦ ପତି ଅଭିଯୋଗ କରିଥିଲା । ତେଣୁ ସଟ୍‌ଡ଼ାଉନ୍ ଓ ଲକ୍‌ଡ଼ାଉନ୍ ସମୟରେ ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରିବାପାଇଁ ସ୍ଥାନୀୟ ଅଂଚଳର ଜନସାଧାରଣ, ବ୍ୟବସାୟୀ ଓ ଦୋବଲ ମା’ ଶ୍ୟାମାକାଳୀ କମିଟିର ସଦସ୍ୟ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.