Home ଜିଲ୍ଲା ପରିକ୍ରମା ବାର ବନ୍ଦଥିବାବେଳେ ମଦ୍ୟପଙ୍କ ଗାଳିଗୁଲଜ, ଥାନାରେ ଅଭିଯୋଗ

ବାର ବନ୍ଦଥିବାବେଳେ ମଦ୍ୟପଙ୍କ ଗାଳିଗୁଲଜ, ଥାନାରେ ଅଭିଯୋଗ

45

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଏନ୍‌ଏସି ଅନ୍ତର୍ଗତ ଚୁଡ଼ାକୁଟି ରାସ୍ତାର ରାପିତା ଠାରେ ଥିବା କ୍ଲବ- ୧୨୯ ବାରରେ ଆଜି ବନ୍ଦଥିବାବେଳେ କେତେକ ଯୁବକ ବାର ଖୋଲି ମଦ ଦେବାପାଇଁ ବାଧ୍ୟ କରିବାରୁ ଏଥିରେ ବାର ମେନେଜର ମନାକରିଥିଲେ । ଫଳରେ ଯୁବକ ମାନେ ଉକ୍ତ ବାର ମେନେଜରକୁ ଗାଳିଗୁଲଜ କରିବା ସହିତ ଅଶାଳୀନ ବ୍ୟବହାର କରିଥିବାର ବାର ମେନେଜେର ମୁକ୍ତିକାନ୍ତ ଦାସ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ସରକାରଙ୍କ ପକ୍ଷରୁ କୋଭିଡ଼ କଟକଣା ପାଇଁ ଚଳିତ ମାସ ୧୯ତାରିଖ ପର୍ଯ୍ୟନ୍ତ ସମସ୍ତ ବାର ଓ ମଦଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । ଏହାକୁ ପାଳନ କରି ଉକ୍ତ ବାରଟି ମଧ୍ୟ ବନ୍ଦ ଥିଲା । କେବଳ ସେଠାରେ ମେନେଜର ରହୁଥିଲେ । ଆଜି ଅପରାହ୍ନ ୩ଟ ବେଳେ ଓଡ଼ି ୨୨ଆର ୬୭୯୧ ଏକ ଚାରିଚକିଆ ଗାଡ଼ିଧରି କେତେକ ଯୁବକ ଉକ୍ତ ବାରକୁ ଯାଇ ଏପରି କାଣ୍ଡ ଘଟାଇଥିବାର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବାବେଳେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.