Home ଜିଲ୍ଲା ପରିକ୍ରମା ଧାମନଗରର ବର୍ଷିୟାନ ସାମ୍ବାଦିକ ଅନୀଲ ନାୟକଙ୍କ ପରଲୋକ

ଧାମନଗରର ବର୍ଷିୟାନ ସାମ୍ବାଦିକ ଅନୀଲ ନାୟକଙ୍କ ପରଲୋକ

20

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ୍‌ର ବର୍ଷିୟାନ ସାମ୍ବାଦିକ ତଥା ଧାମନଗର ପ୍ରେସ୍ କ୍ଲବ୍‌ର ଅନ୍ୟତମ ପ୍ରତିଷ୍ଠାତା, ସମାଜସେବୀ ଅନୀଲ କୁମାର ନାୟକଙ୍କ ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛିଦିନ ହେବ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ଧାମନଗର ଅଂଚଳର ବିଭିନ୍ନ ମହଲରେ ବହୁ ପରିଚିତ ଥିଲେ । ସାମ୍ବାଦିକତାକୁ ବାଦ୍ ଦେଲେ ରାଜନୀତି, ସମାଜସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କର ବେଶ୍ ସୁନାମ ରହିଛି । ଆଜି ଅପରାହ୍ନରେ ତାଙ୍କ ମର ଶରୀର ନିଜ ଗ୍ରାମ ନଦୀଗାଁକୁ ଆସିବାବେଳେ ଧାମନଗର ପ୍ରେସ୍ କ୍ଲବ୍ ଠାରେ କ୍ଲବ୍‌ର ସଭାପତି ବୈକୁଣ୍ଠ ସାହୁ, ସଂପାଦକ ରଜତ ପଣ୍ଡା, ସାମ୍ବାଦିକ ଅନିଲ ବାରିକ, ବାସୁଦେବ ତ୍ରିପାଠୀ, ପ୍ରଦୀପ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ଜେନା, ସୁଧାକର ଦାସ, ସୁଶାନ୍ତ ରାଉତ, ସରୋଜ ସେଠୀ, ପ୍ରମୋଦ ସ୍ୱାଇଁ, ସେକ୍ ଜାଫର ଅଲ୍ଲୀ, ଅନନ୍ତ ଜେନା, ଦେବାଶିଷ ରଥ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ଦ୍ୱିବେଦୀ, ବିବେକ ସାମଲ, ସରୋଜ ଦାସ, ସଂଜୀବ ମହାନ୍ତି ସମେତ ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ସମାଜସେବୀ ଡାକ୍ତର ସଂଜୟ ଦାସ, ଧୁଷୁରୀ ଜିଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, କୋଠାର ସେବା ସମବାୟ ସମିତି ସଭାପତି ହରେକୃଷ୍ଣ ପାଢୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆତ୍ମାର ସଦଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.