Home ଜିଲ୍ଲା ପରିକ୍ରମା କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

14

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨ଦଫା ଦାବୀ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜିଠାରୁ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହିତ ସମସ୍ତ ଯୋଜନା ଗୁଡ଼ିକର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇଥାଆନ୍ତି । କିନ୍ତୁ ସରକାର ସେମାନଙ୍କର ଦୀର୍ଘ ଦିନର ଦାବୀ ପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି । ସଂଘ ତରଫରୁ ବାରମ୍ବାର ସରକାରଙ୍କ ନିକଟରେ ଗୁହାରୀ କରୁଥିଲେ ମଧ୍ୟ ଫଳବତୀ ହେଉ ନାହିଁ । ରାଜ୍ୟ ସଂଘର ଆହ୍ୱାନ କ୍ରମେ ୭ ଅଗଷ୍ଟରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ସରକାରଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲେ । ମାତ୍ର, କିଛି ସୁଫଳ ନମିଳିବାରୁ ସେମାନେ ବାଧ୍ୟ ହୋଇ ୨ଦଫା ଦାବୀ ନେଇ ଆଜିଠାରୁୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି । ପିଇଓ ନିଯୁକ୍ତି କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା +୨ ପରିବର୍ତ୍ତେ +୩ କରିବା ସହିତ ଦରମା ହାର ଲେବୁଲ୍ ୫ ପରିବର୍ତ୍ତେ ଲେବୁଲ ୯ କରିବା, ପି.ଇ.ଓ. ମାନେ ପି.ଇ.ଓ. ପଦବୀରେ ନିଯୁକ୍ତି ହୋଇ ପି.ଇ.ଓ. ପଦବୀରୁ ଅବସର ନେଉଥିବାରୁ ନୂତନ ପଦବୀ ସୃଷ୍ଟି କରାଯାଇ ଦଶ ବର୍ଷ ସମ୍ପୂର୍ଣ୍ଣ କରିଥିବା ପି.ଇ.ଓ. ମାନଙ୍କୁ ପଦୋନ୍ନତି ଦେବା ସହିତ ଜିପିଡିଓ ପଦବୀକୁ ଶତ ପ୍ରତିଶତ ପଦୋନ୍ନତି ଦେବା ଏବଂ ପି.ଇ.ଓ.ମାନଙ୍କୁ ଓପିଆର୍‌ଏସ୍ କ୍ୟାଡର ରୁଲ୍‌ରେ ଅନ୍ତର୍ଭୁକ୍ତ କରିବା ଦାବୀ ନେଇ ଏହି ଆନ୍ଦୋଳନ କରାଯାଇଛି । ଆନ୍ଦୋଳନରେ ଜିଲ୍ଲା ସଭାପତି ଗୋପାଳ କିଶୋର ପଣ୍ଡା, ସମ୍ପାଦକ ପ୍ରକାଶ କୁମାର ନାୟକ, ଉପସଭାପତି କାର୍ତ୍ତିକ ସ୍ୱାଇଁ, ସହ ସମ୍ପାଦକ ଦୀପକ ମହାନ୍ତି, ଚନ୍ଦ୍ରକାନ୍ତ ବେହେରା, କୋଷାଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଦାସ, ବିକ୍ରମ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ରାଉତ, ନିରଞ୍ଜନ ନାୟକ, ସୂର୍ଯ୍ୟକାନ୍ତ ମଲ୍ଲିକ, ଡ. ଅରୁଣ କୁମାର ପଣ୍ଡା, କ୍ଷୀରୋଦ କୁମାର ଖଟୁଆ, ନିଶାକର ଖୁଣ୍ଟିଆ, ପ୍ରଫୁଲ୍ଲ ପଣ୍ଡା, ଚିତ୍ତରଞ୍ଜନ ନାୟକ, ନୃସିଂହ ଚରଣ ଦତ୍ତ, ନାରାୟଣ ଚନ୍ଦ୍ର ଦାସ, କମଳାକାନ୍ତ ନାୟକ, ରବୀନ୍ଦ୍ର ନାଥ ଦାସ, ହେମନ୍ତ କୁମାର ଜେନା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.