Home ଜିଲ୍ଲା ପରିକ୍ରମା ଧାମନଗରର ବନ୍ୟାଞ୍ଚଳ ଗସ୍ତକାଳରେ ବିଧାୟକ ବିଷ୍ଣୁ ସେଠୀ ମଲ୍ଲିମାହାରା ବୁଲି ଦେଖିଲେ

ଧାମନଗରର ବନ୍ୟାଞ୍ଚଳ ଗସ୍ତକାଳରେ ବିଧାୟକ ବିଷ୍ଣୁ ସେଠୀ ମଲ୍ଲିମାହାରା ବୁଲି ଦେଖିଲେ

120

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟାସ୍ ବାତ୍ୟା ଜନିତ ବୈତରଣୀ ନଦୀର ବନ୍ୟା ଇତିମଧ୍ୟରେ ଏକ ସପ୍ତାହ ହୋଇଗଲାଣି । ମାତ୍ର ବୈତରଣୀ ନଦୀର ବନ୍ୟା ଛାଡିଯାଇଥିଲେ ମଧ୍ୟ ଧାମନଗର ନିର୍ବାଚନ ମଣ୍ଡଳୀର ଖଡିପଦା ପଂଚାୟତର ଦକ୍ଷିଣ କୁରୁଆ ଗାଁର ହରିଜନ ସାହି, କରସାହି, ପାଣିଗ୍ରାହୀ ସାହି, ପାତ୍ରସାହି, ତେଲିସାହି, ପଣ୍ଡାସାହି, ବଢେଇସାହି ଓ ଦକ୍ଷିଣ କାଂଜିଆପାଳର ମଳିକସାହିର ଅବସ୍ଥା ମଲ୍ଲିମାହାରା ଯୋଗୁଁ ଏବେବି ଶୋଚନୀୟ ହୋଇପଡିଛି । ଆଜି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ବନ୍ୟାଞ୍ଚଳ ଗସ୍ତ କରିବା ମଧ୍ୟରେ ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍‌କେପ୍ ପରିଦର୍ଶନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଏହି ଗ୍ରାମଗୁଡିକର ରାସ୍ତାରେ ୩ ରୁ ୪ ଫୁଟ୍ ଓ କିଛି ସ୍ଥାନରେ ୫ ଫୁଟ୍‌ରୁ ଉର୍ଦ୍ଧ୍ୱ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମବାସୀମାନେ ବନ୍ୟାଜଳରେ ଜଳବନ୍ଦୀ ହୋଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । କରୋନା ମହାମାରୀରେ କବଳିତ ହୋଇ ଲକଡାଉନ୍‌ରେ କାଳାତିପାତ କରୁଥିବା ଲୋକେ ୟାସ୍ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ପୁଣି ବୈତରଣୀ ନଦୀର ବନ୍ୟା ସେମାନଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରି ସେମାନଙ୍କ ଆର୍ଥିକ ଓ ମାନସିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଯାହାର ମୁଖ୍ୟ କାରଣ ଏକ ମାହାରା ଅର୍ଥାତ୍ ନାଳ ଭାବେ ବାହାରି ଏବେ ବୈତରଣୀ ନଦୀର ଏକ ଶାଖା ନଦୀର ରୂପ ନେବାକୁ ଯାଉଛି ଏହି ମଲ୍ଲି ମାହାରା । ଯଦି ସ୍ଥାୟୀ ଭାବେ ବୈତରଣୀ ନଦୀର ମଲ୍ଲୀ ମାହାରାଟିକୁ ବନ୍ଦ କରିଦିଆଯାଆନ୍ତା, ତେବେ ଲୋକମାନେ ରକ୍ଷା ପାଆନ୍ତେ ବୋଲି ସ୍ଥାନୀୟ ଲୋକେ ବିଧାୟକ ଶ୍ରୀ ସେଠୀଙ୍କ ନିକଟରେ ନିବେଦନ କରିଥିଲେ । ତେବେ ଶ୍ରୀ ସେଠୀ ଏ ଦିଗରେ ସେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ପଧାନୀ ବାତ୍ୟା ଆଶ୍ରୟସ୍ଥଳୀରେ କିଛି ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.