Home ଜିଲ୍ଲା ପରିକ୍ରମା ଧାମନଗର:ବିଡିଓ ପରେ ଏବିଡିଓଙ୍କୁ କରୋନା

ଧାମନଗର:ବିଡିଓ ପରେ ଏବିଡିଓଙ୍କୁ କରୋନା

67

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କାୟା ବିସ୍ତାର କଲାଣି । ଏହି କରୋନା କବଳରେ ପୁଲିସ, ଡାକ୍ତର, ତହସିଲଦାର, ବିଡିଓ ଓ ସାମ୍ବାଦିକ ଭଳି କରୋନା ଯୋଦ୍ଧା ଆକ୍ରାନ୍ତ ହେଉଥିବା ବେଳେ ଏବେ ପୁଣି ବ୍ଲକର ଏବିଡିଓ କରୋନା ଆକ୍ରାନ୍ତର ସ୍ୱୀକାର ହୋଇଛନ୍ତି । ବିଡିଓ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ଥିବା ଆଜି ଏବିଡିଓ ଆକ୍ରାନ୍ତ ହୋଇଛନ୍ତି । ତେବେ ବ୍ଲକ କାର୍ଯ୍ୟାଳୟକୁ ସଟ୍‌ଡାଉନ ନକରି ଅନ୍ୟ ବ୍ଲକର ଜଣେ ବିଡିଓଙ୍କୁ ଧାମନଗର ବ୍ଲକର ବିଡିଓ ଭାବେ ସୁସ୍ଥ ହେବା ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯିବ ବୋଲି ପିଡି ମଦୁସୂଦନ ଦାଶ ସୂଚନା ଦେଇଛନ୍ତି । ଆଜି ବ୍ଲକର ବିଭିନ୍ନ ସ୍ଥାନରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଧାମନଗର ବିଜ୍ଞାପିତ ଅଂଚଳରୁ ୬ଜଣ, ମୁସ୍ତାଫାପୁର ପଂଚାୟତରୁ ୭ଜଣ, ରଇପୁର ପଂଚାୟତରୁ ୩ଜଣ, ଭଗବାନପୁର ପଂଚାୟତରୁ ୩ଜଣ, ପାଳସାହି ପଂଚାୟତରୁ ୨, ରାଧାବଲ୍ଲଭପୁର ପଂଚାୟତରୁ ୨, ଦଳାଙ୍ଗ ପଂଚାୟତରୁ ୨, ଦୋବଲ ପଂଚାୟତରୁ ୨ଜଣ, ନଦୀଗାଁ ପଂଚାୟତରୁ ଜଣେ, ଗୋବିନ୍ଦପୁର ପଂଚାୟତରୁ ଜଣେ ଓ ଏବିଡିଓ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ଲଗାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୧ରେ ଛୁଇଁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.