Home ଓଡ଼ିଶା ଧାନ ବିହନ ବଣ୍ଟନ ବେଳେ ଉତ୍ତେଜନା

ଧାନ ବିହନ ବଣ୍ଟନ ବେଳେ ଉତ୍ତେଜନା

119

ପାଟଣା ୨୬-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) – ପାଟଣା ଲ୍ୟାମ୍ପରେ ଧାନ ବିହନ ବଣ୍ଟନ ବେଳେ ଲ୍ୟାମ୍ପ ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଦେଉଛି। ମଙ୍ଗଳ ବାର ଚାଷୀଙ୍କୁ ବିହନ ଧାନ ବଣ୍ଟନ କରାଯାଉଥିବା ବେଳେ ଧାନ ବିହୀନ ଅଭାବ ଯୋଗୁଁ ଚାଷୀଙ୍କ ମଧ୍ୟରେ ଆସନ୍ତୋଷ ଦେଖା ଦେଇଥିଲା। ସାମଜିକ ଦୂରତାକୁ ସରକାର କଡାକଡି ଭାବରେ ପାଳନ କରୁଥିବା ବେଳେ ଲ୍ୟାମ୍ପ ରେ ଧାନ ବିହନର ଘୋର ଅଭାବ ଯୋଗୁ ଲ୍ୟାମ୍ପ ସମ୍ମୁଖରେ ୩୦୦ ରୁ ୪୦୦ ଚାଷୀ ଧାନ ବିହନ ଗୋଦାମ ନିକଟରେ ଏକତ୍ରିତ ହୋଇଥିଲେ। ଆବଶ୍ୟକ ଅନୁଯାୟୀ ବିହନ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା। ଫଳରେ କିଛି ସମୟ ଉତ୍ତେଜନା ଦେଖା ଦେଇଥିଲା। ବୁଧବାର ପୁଣି ଚାଷୀଙ୍କୁ ଧାନ ବିହନ ଦିଆ ଯିବାର ପ୍ରତିଶ୍ରୁତି କର୍ତ୍ତୃପକ୍ଷଙ୍କ ଠାରୁ ମିଳିବା ପରେ ଉତ୍ତେଜନା କମିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.