Home ଓଡ଼ିଶା ଧଳା ଜହର ରଣପୁର ଅଂଚଳ ଯୁବକଙ୍କୁ କରୁଛି ପଥଭ୍ରଷ୍ଟ

ଧଳା ଜହର ରଣପୁର ଅଂଚଳ ଯୁବକଙ୍କୁ କରୁଛି ପଥଭ୍ରଷ୍ଟ

117

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଂଚଳ ଏବେ ବି ଧଳା ଜହର ରେ କବଳିତ । ରଣପୁର ଅଂଚଳର ଯୁବ ସମାଜ ଧଳା ଜହର ରେ ଆକ୍ରାନ୍ତ ହୋଇ ପଥଭ୍ରଷ୍ଟ । ଯାହାକୁ ନେଇ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଙ୍କୁ ଗତବର୍ଷ ଚିଠି ଲେଖିଥିଲେ । ସେ ସମୟରେ ପୋଲିସ୍ କାର୍ଯ୍ୟ ଦକ୍ଷତା ଦେଖାଇ କିଛି ଲୋକଙ୍କୁ ଗିରଫ କରି କୋଟ୍‌ର୍ ଚାଲାଣ କରିଥିଲା । ଗତ ମେ ୩୦ ତାରିଖରେ ରଣପୁର ଥାନା ପୋଲିସ୍ ଦର୍ପନାରାୟଣ ପୁର ଠାରେ ଚଢାଉ କରି ୧୧ ଗ୍ରାମରୁ ଉର୍ଦ୍ଧ ଧଳା ଜହର ଜବତ କରିବା ସହ ଅଟକ କଟକ ବିଡାନାଷୀ ଅଂଚଳର ମାନସ ସ୍ୱାଇଁ ଓ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଡିମିସର ଅଂଚଳର ପ୍ରଫୁଲ କୁମାର ମହାରଣା କୁ ଗିରଫ କରି କୋଟ୍‌ର୍ ଚାଲାଣ କରିଥିବା ଜଣାପଡିଛି ।

ସେଇଭଳି ଭାବରେ ଅତୀତରେ ଧଳା ଜହର ଧରିବାରେ ଜିଲ୍ଲାରେ ନାଁ କମାଇଥିବା ଚାନ୍ଦପୁର ଥାନା ଆରକ୍ଷୀ ନିରୀକ୍ଷକ ରଶ୍ମି ରଂଜନ ଦାସ ଓ ଆରକ୍ଷୀ ଉପ ନିରୀକ୍ଷକ ସଂଜୟ ମଲ୍ଲୀକ୍ ଓ ଆରକ୍ଷୀ ଉପ ନିରୀକ୍ଷକ ଅଂଜଳି ସା ମେ ୩୧ ତାରିଖ ସକାଳୁ ରାଇପଡା ରେ ଚଢାଉ କରି ଧଳା ଜହର ର ମୁଖ୍ୟ ବ୍ୟବସାୟୀ ବୋଲାଉ ଥିବା ଶ୍ରୀମତୀ ପ୍ରଭାତୀ ଧଳ ଓରଫ୍ ଶଶା ଓ କୃଷ୍ଣଚନ୍ଦ୍ର ଧଳ କଟକ ଜିଲ୍ଲା ବାଙ୍କି ଥାନା ନୂଆଗାଁ ,ଖୋର୍ଦ୍ଧା ଜିଲ୍ଲା ପାଟେଳୀ ସାହି ର କହ୍ନେଇ , ଖଣ୍ଟୁଆଳ ଓ ବେଗୁନିଆଁ ଥାନା ଦେଉଳୀ ଗ୍ରାମର ନୂଆ ସାହି ସୁମନ୍ତ ନାୟକ ଙ୍କୁ ଗିରଫ କରିଥିବା ଜଣା ପଡିଛି । ରଣପୁର ଥାନା  ଓ ଚାନ୍ଦପୁର ଥାନା ରୁ ଗିରଫ ଜଣେ ମହିଳା ଙ୍କ ସମେତ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ପରେ କୋଟ୍‌ର୍ ଚାଲାଣ କରାଯଇଥିଲା । ଅଭିଯୁକ୍ତ ମାନଙ୍କ  ଜାମିନ୍ ନାମଞୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏହାଦ୍ୱାରା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଂଚଳରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.